କୁଲଗାମ୍‌ରେ ଗୁଳିବିନିମୟ, ୩ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁଲଗାମ କ୍ଷେତ୍ରର ନାଗନାଦ ଚିମ୍ମେରରେ ଶୁକ୍ରବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ଅପରେସନ ଜାରି ରହିଛି । ମରିଥିବା ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ ।
ନାଗନାଦ ଚିମ୍ମେର ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବାପରେ ଜାମ୍ମୁ-କାଶ୍ମୀର ପୁଲିସ, ଭାରତୀୟ ସ୍ଥଳସେନା ଓ ସିଆର୍‌ପିଏଫ୍‌ର ସଂଯୁକ୍ତ ଟିମ୍ ଏହି ଅଂଚଳକୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହା ଦେଖି ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳିମାରିବା ଆରମ୍ଭ କରିଦେଇଥିଲେ । ଜବାବରେ ସୁରକ୍ଷାବଳ ଗୁଳିଚାଳନା କରିଥିବାବେଳେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦୀଙ୍କ ପାଖରୁ ଭାରି ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଏକେ୪୭ ରାଇଫଲ୍ ଜବତ ହୋଇଛି । ଜାମ୍ମୁ-କାଶ୍ମୀରରେ ଆତଙ୍କାବାଦୀଙ୍କୁ ନିପାତ କରିବା ଲାଗି ସେନା ପକ୍ଷରୁ ଲଗାତାର ଅପରେସନ ଚାଲିଛି । ୨୦୨୦ଆରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ ୧୩୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଲାଣି ।

ମତାମତ ଦିଅନ୍ତୁ ।