‘ଜନତା ଖବର’ ନାଁ’ରେ ନକଲି ସାମ୍ବାଦିକଙ୍କୁ ସାବଧାନ

ଭୁବନେଶ୍ୱର : ‘ଜନତା ଖବର’ ନାଁ’ରେ ନକଲି ସାମ୍ବାଦିକ ବୁଲୁଛନ୍ତି। ଜନସାଧାରଣଙ୍କ ଅବଗତି ନିମନ୍ତେ ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ, ଓଡିଆ ନିଉଜ ପୋର୍ଟାଲ ‘ଜନତା ଖବର ଡଟ୍ ଇନ୍’ ପକ୍ଷରୁ କାହାରିକୁ ସାମ୍ବାଦିକ ପରିଚୟ ପତ୍ର ଦିଆଯାଇ ନାହିଁ। କିନ୍ତୁ କିଛି ଅସାଧୁ ବ୍ୟକ୍ତି ଗାଡି (କାର ଓ ବାଇକ)ରେ ‘ଜନତା ଖବର’ ଷ୍ଟିକର ଲଗାଇବା ସହିତ ନକଲି ପରିଚୟପତ୍ର ଦେଖାଇ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ଆମ ନଜରକୁ ଆସିଛି।

ଆମେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଏହି ଜାଲିଆମାନଙ୍କ ସହିତ ‘ଜନତା ଖବର’ର କୌଣସି ସମ୍ପର୍କ ନାହିଁ। ତେଣୁ ସମସ୍ତଙ୍କୁ ଅନୁରୋଧ ‘ଜନତା ଖବର’ ସମ୍ପର୍କିତ (ଖବର ସଂଗ୍ରହ କିମ୍ବା ବିଜ୍ଞାପନ ପାଇଁ) ଏହି ନକଲି ସାମ୍ବାଦିକ ଯୋଗାଯୋଗ କଲେ ସେମାନଙ୍କୁ ପୋଲିସରେ ଜିମା ଦିଅନ୍ତୁ। ନଚେତ ଯଦି ସେମାନେ କୌଣସି ବେନିୟମ କାର୍ଯ୍ୟ କରନ୍ତି ସେଥିପାଇଁ ଆମେ ଦାୟୀ ରହିବୁ ନାହିଁ।
ସମ୍ପାଦକ – ଜନତା ଖବର

ମତାମତ ଦିଅନ୍ତୁ ।