ଜଣେ ଯୁବକକୁ ବିବାହ କରିବାକୁ ଦୁଇ ପ୍ରେମିକାଙ୍କ ଜିଦ୍

ମେରଠ : ବିବାହ ପାଇଁ ବିବାଦ। ଜଣେ ଯୁବକ ପ୍ରେମିକା ଦୁଇଜଣ। ଦୁହେଁ ସେଇ ଯୁବକନୁ ବିବାହ କରିବା ଜିଦରେ ଅଟଳ ରହିବାରୁ ମାମଲା ଥାନାରେ ପହଞ୍ଚିଛି। ମେରଠ କଙ୍କରଖେଡା ଅଞ୍ଚଳରେ ଏହି ଘଟଣା ଘଟିଛି।

ବୁଧବାର କଙ୍କରଖେଡା ଥାନାକୁ ଆସିଲା ଏକ ଆଶ୍ଚର୍ଯ୍ୟ କଲାଭଳି ମାମଲା। ଦୁଇଜଣ ଯୁବତୀ ଜଣେ ଯୁବକଙ୍କ ସହ ଥାନାରେ ପହଞ୍ଚିଥିଲେ। ଉଭୟ କହିଲେ ସମ୍ପୃକ୍ତ ଯୁବକ ଜଣକ ତାଙ୍କ ପ୍ରେମିକ। ତେଣୁ ବିବାହ କରିବାକୁ ଚାହୁଁଛନ୍ତି। ଯୁବକ ମୁଜାଫରନଗର ବାସିନ୍ଦା। ଏକ ହୋଟେଲରେ ମ୍ୟାନେଜର ଭାବେ କାମ କରନ୍ତି। ପୋଲିସ ଏହି ମାମଲାର କିପରି କ’ଣ ସମାଧାନ କରିବ କିଛି ବୁଝିନପାରି ଶେଷରେ ଦୁଇ ଯୁବତୀଙ୍କ ପରିବାରଲୋକଙ୍କୁ ଥାନାକୁ ଡାକି ଯୁବକଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।