ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର

ବଲାଙ୍ଗିର : ତୁଷୁରା ଥାନା ବେଳଡୁଙ୍ଗୁରୀ ଜଙ୍ଗଲରୁ ଆଜି ନର କଙ୍କାଳ ମିଳିଛି। ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନଥିଲେ ହେଁ ପୋଲିସ ନରକଙ୍କାଳ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ ଶୁକ୍ରବାର ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା କନେରସିଂହା ଗାଁର କେତେକ ଲୋକ ପଥର ଚଟାଣ ଉପରେ ନରକଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ। ଜଙ୍ଗଲରୁ ଫେରି ଘଟଣା ସଂର୍ପକରେ ତୁଷୁରା ଥାନାକୁ ଜଣାଇଥିଲେ। ଥାନା ଅଧିକାରୀ ୟଶୋବନ୍ତ ପ୍ରଧାନୀ ଓ ବଲାଙ୍ଗିର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଘଟଣାସ୍ଥଳକୁ ଯାଇ ନରକଙ୍କାଳକୁ ଉଦ୍ଧାର କରିଥିଲେ। କଙ୍କାଳ ନିକଟରେ ପ୍ୟାଣ୍ଟ ଓ ସାର୍ଟ ପଡ଼ିଥିଲା। ତଦନ୍ତ ପରେ ଜଣାପଡିଥିଲା ମୃତକ ଜଣକ ଲମ୍ମୋଦର ମହାକୁଡ। ତାଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନାଗୁଲ ଗାଁରେ। ଗତ ଅକ୍ଟୋବରରୁ ସେ ନିଖୋଜ ଥିଲେ। ପ୍ୟାଣ୍ଟସାର୍ଟକୁ ଦେଖି ଗୁଣନିଧିଙ୍କ ବାପା ପୁଅକୁ ଚିହ୍ନଟ କରିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି। ତେବେ ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ।

Leave a Reply

Your email address will not be published. Required fields are marked *

Back to top button