ଜାନୁଆରୀ ସୁଦ୍ଧା ଆସିବ କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ : ଆସନ୍ତା ଜାନୁଆରୀ ସୁଦ୍ଧା ଭାରତରେ କରୋନା ଭ୍ୟାକସିନ୍ କୋଭିସିଲ୍ଡ ଉପଲବ୍ଧ ହୋଇପାରେ। ଅପେକ୍ଷାକୃତ କମ୍ ଦାମରେ ଭ୍ୟାକସିନ୍ ମିଳିବ। ପୁଣେସ୍ଥିତ ଭ୍ୟାକସିନ୍ ପ୍ରସ୍ତତକାରୀ କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା ଏହି ସୂଚନା ଦେଇଛନ୍ତି।

ଏକ ସାକ୍ଷାତକାର ଅବସରରେ ପୁନାୱାଲା କହିଛନ୍ତି ଯଦି ଟିକା ଭୂତାଣୁ ବିରୋଧୀ ଓ ପ୍ରଭାବଶାଳୀ ପ୍ରମାଣିତ ହୁଏ ଓ ଏହାକୁ ନିୟନ୍ତ୍ରକ ସଂସ୍ଥା ଅନୁମତି ମିଳେ ତେବେ ୨୦୨୧ ଜାନୁଆରୀ ସୁଦ୍ଧା ଶସ୍ତାରେ ଭାରତରେ ଉପଲବ୍ଧ ହୋଇପାରିବ। ଉଭୟ ଭାରତ ଓ ଇଂଲଣ୍ଡରେ ଏହି ଟିକା ସଫଳତାର ସହ ପରୀକ୍ଷଣ କରାଯାଇଛି। ଏପର୍ଯ୍ୟନ୍ତ ସୁରକ୍ଷାର କୌଣସି ଚିନ୍ତା ନାହିଁ। କିନ୍ତୁ ଭ୍ୟାକସିନର ଦୀର୍ଘକାଳୀନ ପ୍ରଭାବକୁ ପରଖିବା ପାଇଁ ୨-୩ ବର୍ଷ ସମୟ ଲାଗିପାରେ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।