ଯଶବନ୍ତ ସିହ୍ନା ହେଲେ ଟିଏମସି ଉପାଧ୍ୟକ୍ଷ

କୋଲକାତା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ସାମିଲ ହେବାପରେ ତାଙ୍କୁ ବଡ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଦଳର ଉପାଧ୍ୟକ୍ଷ ପଦ ମିଳିଥିବା ବେଳେ ନ୍ୟାସନାଲ ୱାର୍କିଙ୍ଗ୍ କମିଟିର ସଦସ୍ୟ କରାଯାଇଛି। ପଶ୍ଚିମବନଗ ନିର୍ବାଚନରେ ଯଶବନ୍ତ ଦଳ ପାଇଁ ପ୍ରଚାର କରିବେ। ଏବେ କୁହାଯାଉଛି ଯଶବନ୍ତ ଟିଏମସିର ବିଜୟକୁ ସୁନିଶ୍ଚିତ କରାଇବାରେ ସହାୟକ ହେବେ।

ଟିଏମସିରେ ସାମିଲ ହେବାପରେ ଯଶବନ୍ତ ବିଜେପିକୁ ସମାଲୋଚନା କରିଥିଲେ। ସେ କହିଛନ୍ତି ଗଣତନ୍ତ୍ରର ତାକତ ଗଣତନ୍ତ୍ରର ସଂସ୍ଥାରୁ ହୋଇଥାଏ। ଏବେ ପ୍ରାୟ ସବୁ ସଂସ୍ଥା ଦୁର୍ବଳ ହୋଇଗଲାଣି। ଦେଶ ପାଇଁ ଏହା ସବୁଠାରୁ ବଡ ବିପଦ ଉତ୍ପନ୍ନ କରିଛି। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ବିଜେପି ସର୍ବସମ୍ମତି ଉପରେ ବିଶ୍ୱାସ କରୁଥିଲା। କିନ୍ତୁ ଆଜି ସରକାର କେବଳ ଜିତିବା ଉପରେ ବିଶ୍ୱାସ କରୁଛି।

Leave a Reply

Your email address will not be published. Required fields are marked *

Back to top button