ଜଷ୍ଟିସ ଏନଭି ରମନ୍ନ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ଭୁବନେଶ୍ୱର : ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନଭି ରମନ୍ନ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପଦବୀରେ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଚଳିତ ମାସ ୨୪ ତାରିଖରେ ଜଷ୍ଟିସ ରମନ୍ନା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ।

ଚଳିତ ମାସ ୨୩ ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ସୁପାରିଶକ୍ରମେ ଜଷ୍ଟିସ ରମନ୍ନାଙ୍କୁ ନିଯୁକ୍ତି ମିଳିଛି। ଜଷ୍ଟିସ ରମନ୍ନା ହେବେ ଦେଶର ୪୮ତମ ପ୍ରଧାନ ବିଚାରପତି। ଆସନ୍ତା ୨୪ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ୨୬ ଅଗଷ୍ଟ ୨୦୨୨ରେ ଶେଷ ହେବ।

ବୋବଡେଙ୍କ ପରେ ଜଷ୍ଟିସ ଏନଭି ରମନ୍ନା ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି। ଆନ୍ଧ୍ର ପ୍ରଦେଶ ସ୍ଥିତକ୍ରୀଷ୍ଣା ଜିଲ୍ଲାର ପୁନାଭରମ ଗାଁର ଏକ ଚାଷୀ ପରିବାରରୁ ଆସିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ୧୯୮୩ରେ ଆଇନଜୀବୀ ଭାବେ ବୃତ୍ତି ଆରମ୍ଭ କରିଥିଲେ। ଏହାପରେ ହୋଇଥିଲେ ଆନ୍ଧ୍ରପ୍ରଦେଶରେ ଆଡଭୋକେଟ ଜେନେରାଲ। ୨୦୦୦ ମସିହା ଜୁନ୍ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ ରମନ୍ନା ୨୦୧୪ ଫେବ୍ରୁଆରୀରେ ସୁପ୍ରିମକୋର୍ଟକୁ ଯିବା ପୂର୍ବରୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button