ଜାତୀୟ ସ୍ତରରେ ଗଂଜାମର ରେକର୍ଡ: ୯୭.୩ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ

ବ୍ରହ୍ମପୁର : ରାଜ୍ୟରେ ଗଂଜାମ ଜିଲ୍ଲାରୁ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ହେଁ ସୁସ୍ଥ ହୋଇଥିବା ଆକ୍ରାନ୍ତ ସଂଖ୍ୟା ଆଗରେ ରହିଛି। ଆଜି ଏହି ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ।

ବୁଧବାର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ସେ କହିଛନ୍ତି ଗଞ୍ଜାମ ଜିଲ୍ଲାରେ ୯୭.୩ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ଜାତୀୟ ସ୍ତରରେ ସର୍ବାଧିକ ବୋଲି ସେ ଦାବି କରିଛନ୍ତି। ସେ କହିଲେ ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତିରେ ସୁଧାର ଆସିବା ସହିତ ନିୟନ୍ତ୍ରଣରେ ରହିଛି। ଜିଲ୍ଲା ହଟସ୍ପଟରୁ ନିୟନ୍ତ୍ରଣକୁ ଆସିବା ପଛରେ କିଛି ଚମତ୍କାର ନାହିଁ। ଗଞ୍ଜାମବାସୀ ସହଯୋଗ ଓ ଟିମ୍‌ ଗଞ୍ଜାମର ସହଯୋଗ ଯୋଗୁ ଏହି ସଫଳତା ମିଳିଛି। ସୁସ୍ଥହାର କ୍ରମଶଃ ବୃଦ୍ଧି ପାଉଛି। ଆଣ୍ତାମାନ ନିକୋବରର ସୁସ୍ଥ ହାର ୯୪ ପ୍ରତିଶତ ରହିଥିବା ବେଳେ ଗଞ୍ଜାମରେ ସୁୂସ୍ଥ ହାର ଦେଶରେ ସର୍ବାଧିକ ରହିଛି। ତଥାପି ବିପଦ ଟଳିନି। କୋରନାର ଦ୍ଵିତୀୟ ସ˚କ୍ରମଣ ଆରମ୍ଭ ହେବନି ବୋଲି କହିହେବ ନାହିଁ।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାର ମୃତ୍ୟୁହାର ୧.୦୯ ପ୍ରତିଶତ ରହିଛି। ଗୋଷ୍ଠୀ ସହଭାଗିତା, ବ୍ୟାପକ ଟେଷ୍ଟିଙ୍ଗ ଓ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଓ ୬ଟି ପର୍ଯ୍ୟାୟ ଘରକୁ ଘର ବୁଲି ସ˚କ୍ରମିତଙ୍କୁ ଖୋଜିବା ଯୋଗୁ ଜିଲ୍ଲା ସ୍ଥିତିରେ ସୁଧାର ଆସିପାରିଛି। ଯେଉଁ ପର୍ଯ୍ୟନ୍ତ ଭ୍ୟାକ୍ସିନ ଆସିନି ସେ ପର୍ଯ୍ୟନ୍ତ ଆମକୁ ଅଧୃକ ସଚେତନ ହେବା ସହିତ ସର୍ତକତା ଅବଲମ୍ବନ କରିବା ଜରୁରୀ। ଜିଲ୍ଲାରେ ଏବେ ପ୍ରତ୍ୟହ ୫ହଜାରରୁ ଅଧୃକ କୋଭିଡ଼୍ ପରୀକ୍ଷା କରାଯାଉଛି। ଗତକାଲି ୫୧୭୬ଜଣଙ୍କ କୋଭିଡ଼୍ ପରୀକ୍ଷା କରାଯାଇଛି। ଜିଲ୍ଲାର କୋଭିଡ଼୍ ପରୀକ୍ଷା ୩ଲକ୍ଷ ୯୫ହଜାର ୯୬ରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ୪ଲକ୍ଷ ପାର କରି ରେକର୍ଡ ସୃଷ୍ଟି କରିବ। ଜିଲ୍ଲାରେ ଏବେ ୩ଟି କୋଭିଡ଼୍ ହସ୍ପିଟାଲ କାର୍ଯ୍ୟ କରୁଛି। ଶଯ୍ୟାର ଅଭାବ ନାହିଁ। କୋରାପୁଟ, ନୟାଗଡ଼, ରାୟଗଡ଼ା, ନବରଙ୍ଗପୁର ଆଦି ଜିଲ୍ଲାରୁ କୋଭିଡ଼୍ ରୋଗୀ ରେଫ୍‌ର ହୋଇ ଏଠାରେ ଚିକିତ୍ସିତ ସୁସ୍ଥ ହୋଇ ଫେରୁଛନ୍ତି। ଆସନ୍ତାକାଲି ଠାରୁ ଜିଲ୍ଲାରେ କୋଭିଡ଼୍ ସପ୍ତାହ ପାଳନ କରାଯିବ। ଏହା ୧ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ପୁଣି ଘରକୁ ଘର ବୁଲି ସ୍ଵାସ୍ଥ୍ୟ ଓ ଅମ୍ଲଜନା ସ୍ତର ଯାଞ୍ଚ ହେବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।