ଯାତ୍ରା ହାସ୍ୟ ଅଭିନେତା ଜଗବନ୍ଧୁ ରାଉତଙ୍କ ପରଲୋକ

0

ଭୁବନେଶ୍ୱର : ବରିଷ୍ଠ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତଙ୍କର ଆଜି ସକାଳେ ଭୁବନେଶ୍ୱରରେ ଏକ କୋଭିଡ୍‌ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

ଗୁରୁବାର ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପରିବାର ଲୋକେ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ କୋଭିଡ୍‌ ଟେଷ୍ଟ କରାଯିବାରୁ ରିପୋର୍ଟ ପଜେଟିଭ୍‌ ଆସିବାରୁ ତାଙ୍କୁ ପୁରୀ ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନ ଘଟିବାରୁ ତିନିଦିନ ତଳେ ଭୁବନେଶ୍ୱର ନୀଳାଚଳ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ବିୟୋଗ ଘଟିଛି। ଜଗବନ୍ଧୁ ପୁରୀ ଜିଲ୍ଲା ବଳଙ୍ଗା କାଳିଆପଦା ଗାଁରେ ଜନ୍ମଗ୍ରହଣ କରିଥିଲେ। ୧୯୫୮ ମସିହାରେ ଯାତ୍ରାରେ ପେଶାଦାର ଜୀବନ ଆରମ୍ଭ କରିଥିଲେ।

Leave A Reply

Your email address will not be published.