ଯାତ୍ରା କରିବା ସମୟରେ ବାନ୍ତି ଲାଗୁଛି କି ? ଏହି ଉପାୟ କରନ୍ତୁ

କୌଣସି ସ୍ଥାନକୁ ଗାଡିରେ ଯାତ୍ରା କରିବା ସମୟରେ ବାନ୍ତି ହେବବୋଲି ଡରୁଛନ୍ତି କି ? ତେବେ ଚିନ୍ତା କରନ୍ତୁ ନାହିଁ। କାହିଁକି ନା ଯାତ୍ରା କରିବା ସମୟରେ ଏହି ପାଞ୍ଚଟି ଘରୋଇ ଉପଚାର ଆପଣଙ୍କ ବାନ୍ତିକୁ ପୁରା ଅଟକାଇ ଦେବ। ତେବେ ଆସନ୍ତୁ  ଜାଣିବା କ’ଣ ସେଇ ପାଞ୍ଚଟି ଉପାୟ।

୧. ଯଦି ଯାତ୍ରା କରିବା ସମୟରେ ସାଙ୍ଗରେ ଲେମ୍ବୁ ନେଇ ଯାଆନ୍ତୁ। ଯେତେବେଳେ ଆପଣ ଅଲଗା ପ୍ରକାର ଅନୁଭବ କରିବେ ସେହି ସମୟରେ ଲେମ୍ବୁର ଚୋପା ଛଡ଼ାଇ ତାହାକୁ ଶୁଘିଂ ନେବେ। ଏଭଳି କରିଲେ ବାନ୍ତି ଆସିବ ନାହିଁ। 

୨. ଲବଙ୍ଗକୁ ଗୁଣ୍ଡ କରି ଗୋଟିଏ ଡବାରେ ରଖିଦିଅନ୍ତୁ। ଯାତ୍ରା କରିବାକୁ ଗଲେ କିମ୍ବା ଯଦି ବାନ୍ତି ଲାଗୁଥିବ ତେବେ ଗୋଟିଏ ଚାମଚ କାଢ଼ି ସେଥିରେ ଟିକେ ଚିନି କିମ୍ବା କଳା ଲୁଣ ମିଶାଇ ଖାଆନ୍ତୁ। 

୩. ତୁଳସୀ ପତ୍ର ପାଖରେ ରଖନ୍ତୁ। ଏହାକୁ ଖାଇବା ଦ୍ଵାରା ବାନ୍ତି ଆସିନଥାଏ। ଏହା ବ୍ୟତୀତ ଗୋଟିଏ ବୋତଲରେ ଲେମ୍ବୁ ଓ ପୁଦିନା ରସକୁ କଳା ଲୁଣ ମିଶାଇ ରଖନ୍ତୁ। ଏହାକୁ ଅଳ୍ପ ଅଳ୍ପ କରି ପିଇଲେ ଯାତ୍ରା ସମୟରେ ବାନ୍ତି ଲାଗିବ ନାହିଁ। 

୪. ଲେମ୍ବୁକୁ କାଟି ସେଥିରେ କଳା ଲଙ୍କା ଓ କଳା ଲୁଣ ଲଗାଇ ଚାଟନ୍ତୁ। ଏପରି କଲେ ବାନ୍ତି ହୋଇନଥାଏ।

୫. ଯଦି ବସରେ ଯାତ୍ରା କରୁଛନ୍ତି ଆଉ ବାନ୍ତି ହେଉଛି ତେବ ମନେ ରଖନ୍ତୁ ଯେଉଁ ସିଟରେ ଆପଣ ବସିବେ ସେଥିରେ ଗୋଟିଏ ପେପର ପକାଇ ଦିଅନ୍ତୁ। ଆଉ ସେହି ପେପର ଉପରେ ବସନ୍ତୁ। ଆଉ ବାନ୍ତି ଲାଗିବ ନାହିଁ।  

ମତାମତ ଦିଅନ୍ତୁ ।