ଯାତ୍ରା ଟିକେଟକୁ ନେଇ ବଚସାରୁ ଅଟୋ ଜାଳିଦେଲା

ବାଲେଶ୍ଵର : ଖଇରା ଥାନା ଗଣ୍ଡିବେଡ଼ ଗ୍ରାମର ଯାତ୍ରା ଟିକେଟକୁ ନେଇ ବଚସାରୁ ହେବାରୁ ଜଣେ ନିଶାସକ୍ତ ଯୁବକ ଅଟୋ ଜାଳିଦେଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଗଣ୍ଡିବେଡ଼ ବଜାର ନିକଟରେ ରଙ୍ଗମହଲ ଯାତ୍ରା ପାର୍ଟିର ପ୍ରଥମ ରାତିରେ ଅଟୋପୋଡି ଘଟଣା ଘଟିଛି। ଏହାର କାରଣ ହେଲା ରମାକାନ୍ତ ରାଉଳ ଓ ପୁଅ ଦୀପକ ଯାତ୍ରା କମିଟିର ମେମ୍ବର ଅଛନ୍ତି। ଗଣ୍ଡିବେଡ଼ ଗ୍ରାମର ପୁପୁନ ଜେନା ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଟିକେଟକୁ ନେଇ ଯାତ୍ରା ପେଣ୍ଡାଲ ପାଖରେ ଦୀପକଙ୍କ ସହ ଝଗଡ଼ା କରିଥିଲା। ପରେ ରମାକାନ୍ତଙ୍କ ଘର ଗେଟ ଡେଇଁ ଅଟୋରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଘରର ସମସ୍ତ ସଦସ୍ୟ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ପଡ଼ୋଶୀ ଅଟୋ ଜଳୁଥିବା ଦେଖି ରାମାକାନ୍ତଙ୍କୁ ଫୋନ କରିଥିଲେ। ଏ ସମ୍ପର୍କରେ ରମାକାନ୍ତ ଖଇରା ଥାନା ପୋଲିସକୁ ଖବର ଦେବାରୁ ପୁପୁନକୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button