ଯାତ୍ରୀବାହୀ ବସ୍‌ ଓଲଟି ୧୫ରୁ ଉର୍ଦ୍ଧ୍ୱ ଆହତ

ଭଦ୍ରକ : ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲା ‘ଅଜୟ ଆଣ୍ଡ୍ ଅଜୟ’ ନାମକ ବସ୍‌ ଆଜି ଭଣ୍ଡାରୀପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ ଓଲଟି ପଡିବାରୁ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଗୁରୁବାର ‘ଅଜୟ ଆଣ୍ଡ୍ ଅଜୟ’ ନାମକ ବସ୍‌ ୧୬ ନଂ ଜାତୀୟ ରାଜପଥର ଭଣ୍ଡାରୀପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଓଲଟିଗଲା। ଏହି ଦୁର୍ଘଟଣାରେ ଆହତ ୧୫ ଜଣରୁ ଅଧିକ ଯାତ୍ରୀଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣାର କାରଣ ଓ ଗାଡିରେ କେତେ ଯାତ୍ରୀ ଥିଲେ ତାହା ଜଣାପଡିନି। ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button