ଯାତ୍ରୀଭଡ଼ା ଧାର୍ଯ୍ୟ କରିବେ ଘରୋଇ ରେଳ କମ୍ପାନୀ

ନୂଆଦିଲ୍ଲୀ: ଭାରତରେ ରେଳ ସେବା ଆରମ୍ଭ କଲେ ନିଜ ଯାତ୍ରୀ ଭଡ଼ା ଧାର୍ଯ୍ୟ କରିବ ଘରୋଇ ରେଳ ସଂସ୍ଥା। ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି ନିଜ ହିସାବରେ ଯାତ୍ରୀ ମାସୁଲ ଧାର୍ଯ୍ୟ କରିବାକୁ ଘରୋଇ ରେଳ କମ୍ପାନୀମାନଙ୍କୁ ସ୍ଵାଧୀନତା ଦିଆଯାଇଛି। ଏହି ସବୁ ପଥରେ ଶୀତତାପ ନିୟନ୍ତ୍ରିତ ବସ୍ ଓ ବିମାନ ଚଳାଚଳ କରୁଛି। ତେଣୁ ତାହାକୁ ଦୃଷ୍ଟିରେ ରାଖୀ ସେମାନେ ଯାତ୍ରୀ ଭଡ଼ା ଧାର୍ଯ୍ୟ କରିବେ। ଆଲ୍ସଟମ୍ ଏସ୍‌ଏ, ବୋମ୍ବାର୍ଡିୟର୍ ଇନ୍‌କର୍ପୋରେଟେଡ୍, ଜିଏମ୍ଆର୍ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଲିମିଟେଡ୍ ଓ ଆଦାନି ଏଣ୍ଟର୍‌ପ୍ରାଇଜର୍ସ ଲିମିଟେଡ୍‌ ଭଳି କେତେକ କମ୍ପାନି ଏହି ପ୍ରକଳ୍ପ ପ୍ରତି ଆଗ୍ରହ ପ୍ରକାଶ କରିଥିବା ଯାଦବ କହିଛନ୍ତି।

୧୫୧ଟି ଟ୍ରେନ୍ ମାଧ୍ୟମରେ ୧୦୯ଟି ମୂଳ-ଗନ୍ତବ୍ୟସ୍ଥାନରେ ପାସେଞ୍ଜର୍‌ ଟ୍ରେନ୍ ଚଳାଇବାକୁ ଆଗ୍ରହୀ କମ୍ପାନୀମାନେ ଆବେଦନ କରିବାକୁ ଜୁଲାଇ ମାସରେ ମୋଦୀ ସରକାର କହିଥିଲେ। ନୂଆଦିଲ୍ଲୀ ଓ ମୁମ୍ବାଇ ସମେତ ରେଳ ଷ୍ଟେସନ ଗୁଡ଼ିକର ଆଧୁନିକୀକରଣ କରିବାକୁ ମଧ୍ୟ ନିବେଦକମାନଙ୍କୁ ସରକାର ପ୍ରସ୍ତାବ ଦେବାକୁ କହିଥିଲେ।

ମତାମତ ଦିଅନ୍ତୁ ।