ଜୟା ବଚ୍ଚନଙ୍କ ମନ୍ତବ୍ୟର ଜବାବରେ ଏହି କଥା କହିଲେ କଙ୍ଗନା

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ବିବାଦ ଥମୁନାହିଁ। ବୟାନବାଜି ଜାରି ରହିଛି। ଆଜି ସଂସଦରେ ଏହି ପ୍ରସଙ୍ଗ ଉଠିଛି। ବରିଷ୍ଠ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନ କଙ୍ଗନାଙ୍କୁ ଟାଗେର୍ଟ କରିଥିବା ବେଳେ କଙ୍ଗନା ଟ୍ଵିଟ କରି ଜବାବ ଦେଇଛନ୍ତି।

ସଂସଦରେ ଜୟା ବଚ୍ଚନ କହିଛନ୍ତି ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କରିଛନ୍ତି ସେମାନେ ଇଣ୍ଡଷ୍ଟ୍ରିକୁ ‘ଗଟର’ କହିଲେ। ଏଥିରେ ମୁଁ ଏକଦମ ଅସହମତ। ମୁଁ ଆଶା କରୁଛି ଯେଉଁମାନେ ଏଥିରେ ନାଁ କରିଛନ୍ତି ଓ ଲୋକପ୍ରିୟତା ହାସଲ କରିଛନ୍ତି ଏମିତି ଭାଷାର ବ୍ୟବହାରକୁ ବନ୍ଦ କରିବାକୁ ସରକାର କହିବେ ବୋଲି ମୋର ଆଶା। ମୁଁ ବହୁତ ଲଜ୍ଜ୍ୟାଶୀଳ ​ଯେ ଗତକାଲି ଜଣେ ସାଂସଦ ଲୋକସଭାରେ ଫିଲ୍ମ ଇଣ୍ଟଷ୍ଟ୍ରି ବିରୋଧ କହିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସି ଯେଉଁ ଥାଳିରେ ଖାଉଛନ୍ତି ତାକୁ ଛେଦ କରୁଛନ୍ତି। ଏହା ଭୁଲ କଥା। ଇଣ୍ଡଷ୍ଟ୍ରିକୁ ସରକାରଙ୍କ ସମର୍ଥନ ଦରକାର ଥିବା ସେ କହିଥିଲେ।

ଜୟାଙ୍କ ଭିଡିଓକୁ ରି-ଟ୍ଵିଟ୍ କରି କଙ୍ଗନା କହିଛନ୍ତି ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ଵେତାଙ୍କୁ ଟିନ୍ଏଜରେ ମାଡ ମରା ଯାଇଥାନ୍ତା, ଡ୍ରଗ୍ସ ଦିଆଯାଇଥାନ୍ତା ଓ ଉତ୍ପୀଡନର ଶିକାର ହୋଇଥାନ୍ତେ। ଯଦି ଅଭିଷେକଙ୍କୁ କ୍ରମାଗତ ହଇରାଣ କରାଯାଇଥାନ୍ତା, ସେ ଉତ୍ପୀଡନର ଅଭିଯୋଗ କରିଥାନ୍ତେ ଓ ଗୋଟିଏ ଦିନ ଫାଶିରେ ତାଙ୍କ ମୃତ ଦେହ ଝୁଲିଥିବା ଦେଖିଥାନ୍ତେ ? ତାହେଲେ କ’ଣ ଜୟା ଜୀ ଏହି କଥା କହିଥାନ୍ତେ। ଆମ ପ୍ରତି ମଧ୍ୟ କିଛି ଦୟା ଦେଖାଅ ବୋଲି କଙ୍ଗନା ଟ୍ଵିଟରେ ଉଲ୍ଲେଖ କରିଛନ୍ତି।

ମତାମତ ଦିଅନ୍ତୁ ।