ଜୟଦେବ ବିହାରରୁ କିଟ୍ ଛକ ରାସ୍ତା ହେବ ୮ ଲେନ

ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୟଦେବ ବିହାରରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। କଳିଙ୍ଗ ହସ୍ପିଟାଲ ଓ ଡମଣା ଛକଠାରେ ଦୁଇଟି ଫ୍ଲାଏଓଭର ବ୍ରିଜ୍ ନିର୍ମାଣ କରାଯିବ।

ଖବର ଅନୁଯାୟୀ ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଏହି ରାସ୍ତା ଓ ଫ୍ଲାଏଓଭର ବ୍ରିଜ୍ ନିର୍ମାଣ କରିବେ। ଏଥିପାଇଁ ୨୦୨୧-୨୨ ବଜେଟରେ ଅର୍ଥ ବରାଦ କରାଯିବ ବୋଲି ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩୦ଟି ବ୍ରିଜ୍ ,୨ଟି ରେଳ ଓଭର ବ୍ରିଜ୍ ଓ ଏକ ହଜାର କିମି ରାସ୍ତାର ଉନ୍ନତିକରଣ ପାଇଁ ୨୧୭୯.୬୨ କୋଟି ଟଙ୍କାର ବ୍ୟୟବରାଦ ହେବ। ସେହିପରି ଭୁବନେଶ୍ୱର ରିଙ୍ଗ ରୋଡ୍ (ଧଉଳିଠୁ ତମାଣ୍ଡୋ), ଭୁବନେଶ୍ୱର ଦୟା-ପଶ୍ଚିମ କେନାଲ ରାସ୍ତା, ତାଳଦଣ୍ଡା କେନାଲ ରାସ୍ତାର ଉନ୍ନତିକରଣ (ରାଣୀହାଟ ଛକଠାରୁ ଏନଏଚ-୧୬ ପର୍ଯ୍ୟନ୍ତ), ତାଳଦଣ୍ଡା କେନାଲ ଉପରେ ବ୍ରିଜ୍ ନିର୍ମାଣ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସହାୟକ ରାସ୍ତା ଓ ପ୍ରବେଶ ପଥ, କଟକ ରିଙ୍ଗ ରୋଡକୁ ୬ଲେନ୍ ବିଶିଷ୍ଟ କରିବା ସହ ବ୍ରହ୍ମପୁର ରିଙ୍ଗ ରୋଡ୍ ,ବଲାଙ୍ଗିର ରିଙ୍ଗ ରୋଡ୍‌, ଭବାନୀପାଟଣା ସହରର ବାହ୍ୟ ରୋଡ୍ ନିର୍ମାଣ କରାଯିବ। ଏଥିସହ କଟକ-ପାରାଦୀପ ରାସ୍ତା (ବିରିବାଟୀଠୁ ପାରାଦୀପ ପର୍ଯ୍ୟନ୍ତ)କୁ ୪ ଲେନ୍ ବିଶିଷ୍ଟ କରାଯିବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।