ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଘେରୋଉ

ବାରିପଦା : ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ କୈଣସି ସୁଧାର ଆସୁନଥିବା ଅଭିଯୋଗ ହୋଇଛି। ଅଭିଭାବକମାନେ ପିଲାମାନଙ୍କୁ ଶିକ୍ଷା ଗ୍ରହଣ ନିମନ୍ତେ ସରକାରୀ ସ୍କୁଲର ଛାତ୍ର, ଛାତ୍ରୀନିବାସକୁ ପଠାଉଥିବା ବେଳେ ସେଠାରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଉପଯୁକ୍ତ ଶିକ୍ଷା ବଦଳରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ କେଉଁଠି ଖଟାଉଛନ୍ତି ତ ଆଉ କେଉଁଠି ଅକଥନୀୟ ଦଣ୍ଡ ଦେଉଛନ୍ତି। ଗଣମାଧ୍ଯମରେ ଏହି ଖବର ପ୍ରକାଶ ପାଇଥିଲେ ହେଁ ଜିଲ୍ଲା ମଙ୍ଗଳ ଅଧିକାରୀ ବା ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଗଣଶିକ୍ଷା ବିଭାଗ ଉପରେ ଦାୟିତ୍ୱ ଲଦି ଖସି ଯାଉଛନ୍ତି। ଏସବୁ ସମସ୍ୟାକୁ ନେଇ ଆଜି ଜେଏମଏମ ଯୁବମୋର୍ଚ୍ଚାର ଯୁବ ନେତା ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ଜିଲ୍ଲାମଙ୍ଗଳ ଅଧିକାରୀଙ୍କୁ ଘେରୋଉ କରାଯାଇଥିଲା।

ଜେଏମଏମ ଯୁବମୋର୍ଚ୍ଚା ଅଭିଯୋଗ କରିଛି କିଛିଦିନ ତଳେ ବାରିପଦା ସହରର ଏକ ସ୍କୁଲରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ କେତେଜଣ ଛାତ୍ରଙ୍କୁ ଆଣ୍ଠେଇଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲା ହେଲେ ଶିକ୍ଷା ବିଭାଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଗଣଶିକ୍ଷା ବିଭାଗକୁ ରିଗୋର୍ଟ ଦେଇ ଚୁପ୍ ହୋଇ ବସିଲେ। ଗତବର୍ଷ କୁଳିଅଣା ଅଞ୍ଚଳର ଏକ ସ୍କୁଲର ଜଣେ ଶିକ୍ଷକ ଛାତ୍ରମାନଙ୍କୁ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ପଠାଇଥିଲେ। ସମ୍ପୃକ୍ତ ଶିକ୍ଷିକଙ୍କ ବିରୋଧରେ ଏବେଯାଏ କାର୍ଯ୍ୟାନୁଷ୍ଠାନ ହୋଇନି। ସେହିପରି ଅନ୍ୟ ଏକ ବିଦ୍ୟାଳୟର ଛାତ୍ରମାନେ ଜଣେ ଶିକ୍ଷକଙ୍କ ଦେହରେ ତେଲ ମାଲିସ କରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୁନ। କରୋନା ମହାମାରୀ ସମୟରେ କଟକଣା ଯୋଗୁଁ ସମସ୍ତ ଛାତ୍ରୀଛାତ୍ରବାସ ବନ୍ଦ। ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବା କଥା। ହେଲେ ରାସଗୋବିନ୍ଦପୁର ବ୍ଲକର ଜଣେ ପ୍ରଧାନ ଶିକ୍ଷକ ବେପରୁଆଭାବେ ଛାତ୍ରଙ୍କୁ ବସରେ ବସାଇ ଦେଇଥିଲେ। ବାରିପଦାରେ ପିଲାମାନେ ବାଟବଣା ହୋଇଯିବାରୁ କେତେଜଣ ବ୍ୟକ୍ତି ସେମାନଙ୍କୁ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଭିଭାବକଙ୍କ ପାଖରେ ଅର୍ଥର ଅଭାବ ରହିଛି। ସେମାନେ ନିଜ ପିଲାମାନଙ୍କୁ ଘରୋଇ ଶିକ୍ଷାନୁଷ୍ଠାନକୁ ନ ପଠାଇ ସରକାରୀ ସ୍କୁଲରେ ପଢ଼ାଇ ଏଭଳି ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏ ଦିଗରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଥିଲା।

ଅନ୍ୟ ପକ୍ଷରେ ମହାରାଜା ସ୍ଵୟଂଶାସିତ ମହାବିଦ୍ୟାଳର ଆବେଦନ କରିଥିବା ୧୭୫୭ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୬ ଜଣଙ୍କ ଛାତ୍ରବୃତ୍ତି ଏକାଉଣ୍ଟ ନମ୍ବରକୁ ଆସିଥିବାବେଳେ ଅନ୍ୟମାନଙ୍କର ଆସିନାହିଁ। ବର୍ତ୍ତମାନ ସମୟରେ ମହାବିଦ୍ୟାଳୟରେ ସେମିନାର ଫି, ପ୍ରୋଜେକ୍ଟ ଫି, ବେକ ପେପର ଆବେଦନ ଫି ଦେବାରେ ଛାତ୍ରଛାତ୍ରୀମାନେ ଅସମର୍ଥ୍ୟ ହେଉଛନ୍ତି। ବାଇଗଣବାଡ଼ିଆ ମହାବିଦ୍ୟାଳୟର ଅସ୍ଥାୟୀ ଛାତ୍ରାବାସରେ ରହୁଥିବା ଛାତ୍ରମାନେ ପ୍ରତ୍ୟେକ ବର୍ଷ ବୋଡ଼ର ଷ୍ଟାଇପେଣ୍ଡ ପାଉଥିଲେ । ଏବର୍ଷ ମଧ୍ୟ ପ୍ରତ୍ୟେକ ମାସ ହଷ୍ଟେଲ ଫି ଦେଇ ଆସୁଛନ୍ତି। ଏବର୍ଷ ମଧ୍ୟ ଷ୍ଟେଟ ସ୍କୋଲାରସିଫ ନିର୍ଦ୍ଧାରିତ ସମୟରେ ଆବେଦନ କରି ହାର୍ଡ଼କଫି କଲେଜରେ ଦେଇଛନ୍ତି। କିନ୍ତୁ ହଠାତ କଲେଜ କର୍ତ୍ତୃପକ୍ଷ ବୋଡର ବଦଳରେ ଡେସସ୍ଳୋଲାର ଭାବରେ ସମସ୍ତ ଅନ୍ତେବାସୀ ଛାତ୍ରମାନଙ୍କର ପୁନଃ ଆବେଦନ କରିଛନ୍ତି। ତେଣୁ ଏହାକୁ ଦୃଢ ବିରୋଧ କରାଯିବା ସହ ମୟୂରଭଞ୍ଜର ସମସ୍ତ କଲେଜର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଯଥା ଶୀଘ୍ର ଷ୍ଟାଇପେଣ୍ଡ ପ୍ରଦାନ କରିବାକୁ ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଏହି ଆନ୍ଦୋଳନରେ ଜେଏମଏମର ଚୈତନ ସୋରେନ, ପୁର୍ଥୁରାଜ ହାଁସଦାଃ ଓ ଦିଲ୍ଲୀପ କୁମାର ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button