ଜେଏମଏମରେ ମିଶିଲେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ପଡିଆରେ ଅନୁଷ୍ଠିତ ହୋଇଯାଇଛି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ମିଶ୍ରଣ ପର୍ବ। ଏହି କାର୍ଯ୍ୟକ୍ରମରେ ଦୁଇ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହିତ ଆଜି ଜେଏମଏମରେ ସାମିଲ ହୋଇଛନ୍ତି ମୟୁରଭଞ୍ଜର ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା।
ଶନିବାର ମିଶ୍ରଣ ପର୍ବରେ ଝାରଖଣ୍ଡର ବରିଷ୍ଠ ମନ୍ତ୍ରୀ ଚାମ୍ପାଇ ସୋରେନ, ବହଡାଗୋଡ଼ା ବିଧାୟକ ସମୀର ମହାନ୍ତି, ପୋଟକା ବିଧାୟକ ସଂଜୀବ ସରଦାର, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଓଡିଶା ମହିଳା ମୋର୍ଚ୍ଚା ଶଭାନେତ୍ରୀ ଅଞ୍ଜନୀ ସୋରେନ ପ୍ରମୁଖ ରାମଚନ୍ଦ୍ର ହାଁସଦାଙ୍କୁ ସ୍ଵାଗତ କରିଥିଲେ। କିନ୍ତୁ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ତାଙ୍କ ସମର୍ଥକଙ୍କ ସହିତ ଅନୁପସ୍ଥିତ ଥିବା ଦେଖାଯାଇଥିଲା।