ଜେଇଇ ଆଡ୍‌ଭାନ୍ସଡରେ ଆକାଶ ଇନ୍‌ଷ୍ଟିଚ୍ୟୁଟ୍ ଛାତ୍ର ଶିବାଶିଷ୍ ରାଉତଙ୍କ ସଫଳତା

ଭୁବନେଶ୍ୱର : ଭୁବନେଶ୍ୱର ଆକାଶ ଇନ୍‌ଷ୍ଟିଚ୍ୟୁଟର ଜଣେ ମେଧାବୀ ଛାତ୍ର ଶିବାଶିଷ୍ ରାଉତ ଜେଇଇ ଆଡ୍‌ଭାନ୍ସଡ ୨୦୨୦ରେ ସଫଳତାପୂର୍ବକ ଅଲ୍ ଇଣ୍ଡିଆ ର‌୍ୟାଙ୍କ (ଏଆଇଆର) ୭୩ ହାସଲ କରିଛନ୍ତି। ଏହି ଫଳାଫଳକୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି (ଆଇଆଇଟି) ଦିଲ୍ଲୀ ଦ୍ୱାରା ଆଜି ଘୋଷଣା କରାଯାଇଛି।

ଶିବାଶିଷ୍ ରାଉତଙ୍କୁ ଅଭିନନ୍ଦନ ଜଣାଇ ଆକାଶ ଚୌଧୁରୀ, ଡାଇରେକ୍ଟର ଓ ସିଇଓ, ଆକାଶ ଏଡୁକେସନାଲ୍ ସର୍ଭିସେସ୍ ଲିମିଟେଡ୍ (ଏଇଏସଏଲ୍‌) କହିଛନ୍ତି ଆମ ଛାତ୍ର ଶିବାଶିଷ୍ ରାଉତ ଜେଇଇ ଆଡ୍‌ଭାନ୍ସଡ-୨୦୨୦ ପରୀକ୍ଷାରେ ସର୍ବ ଭାରତୀୟ ର‌୍ୟାଙ୍କ ୭୩ ରଖିଛନ୍ତି। ଏହା ଆମ ପାଇଁ ଗର୍ବର ବିଷୟ। ଏହି ସଫଳତାର ଶ୍ରେୟ ଆମ ଛାତ୍ରଙ୍କର କଠିନ ପରିଶ୍ରମ ତାଙ୍କର ପିତାମାତାଙ୍କର ସହଯୋଗ ଓ ଏହି ପଥରେ ଯିବା ପାଇଁ ମାର୍ଗ ଦେଖାଇଥିବା ଶିକ୍ଷକଙ୍କୁ ଯାଉଛି। ଆମର ଉଚ୍ଚ ମାନର ଟେଷ୍ଟ ପ୍ରସ୍ତୁତି ଉଦ୍ୟୋଗରେ ପ୍ରସିଦ୍ଧ ଅଟେ। ଏହା ସହାୟତାରେ ଛାତ୍ରମାନେ ମେଡିକାଲ୍ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରୁଛନ୍ତି। ମୁଁ ଶିବାଶିଷଙ୍କ ଭବିଷ୍ୟତ ପାଇଁ ସଫଳତାର କାମନା କରୁଛି।

ଶିବାଶିଷ୍ ଏହି ସଫଳତାର ଶ୍ରେୟକୁ କଠିନ ପରିଶ୍ରମ ଓ ଆକାଶ ଆଇଆଇଟି-ଜେଇଇ ଇନ୍‌ଷ୍ଟ୍ରକ୍ଟରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଉତ୍କୃଷ୍ଟ ଶିକ୍ଷା ପ୍ରଦାନକୁ ଦେଇଛନ୍ତି ଯେଉଁ ପରୀକ୍ଷାକୁ ସାରା ବିଶ୍ୱରେ କଷ୍ଟକର ବୋଲି ବିବେଚନା କରାଯାଏ। ଭାରତରେ ଆଇଆଇଟିରେ ନାମଲେଖା ପାଇଁ ଜେଇଇ ଆଡ୍‌ଭାନ୍ସଡ ପରୀକ୍ଷା ପ୍ରଯୁଜ୍ୟ ଅଟେ। ଏହା ଏକ ଉଲ୍ଲେଖନୀୟ ସଫଳତା। ସାରା ଦେଶରୁ ଜେଇଇ ୨୦୨୦ ପାଇଁ ୯ ଲକ୍ଷରୁ ଅଧିକ ଛାତ୍ରମାନେ ପଞ୍ଜୀକରଣ କରିଥାନ୍ତି।

ମତାମତ ଦିଅନ୍ତୁ ।