ଜେଇଇ ମେନ୍ ପରୀକ୍ଷା ସ୍ଥଗିତ

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ସ୍ଥଗିତ ରଖାଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସ (ଏନଟିଏ) ପକ୍ଷରୁ ଏନେଇ ସୂଚାନ ଦିଆଯାଇଛି।

ରବିବାର ଦିଆଯାଇଥିବା ସୂଚନା ଅନୁଯାୟୀ ଜେଇଇ ମେନ୍ ପରୀକ୍ଷା ପାଇଁ ପୁଣିଥରେ ତାରିଖ ଘୋଷଣା କରାଯିବ। ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥ ମାନଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯିବ। ସୂଚନାଯୋଗ୍ୟ କରୋନାକୁ ଦୃଷ୍ଟିରେ ରଖି ପ୍ରଥମେ ୪ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଫେବୃଆରୀ ଓ ମାର୍ଚ୍ଚ ମାସରେ ୨ଟି ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିଲା। ବାକି ପରୀକ୍ଷା ଏପ୍ରିଲ ୨୭, ୨୮ ଓ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଥିଲା।

Leave A Reply

Your email address will not be published.