ଜେଇଇ (ମେନ୍) ପରୀକ୍ଷାରେ ଜାଲିଆତି : ପରୀକ୍ଷାର୍ଥୀ ଗିରଫ

ଗୌହାଟୀ : ଜେଇଇ (ମେନ୍) ପରୀକ୍ଷାରେ ୯୯.୮ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିବା ଆସାମର ପରୀକ୍ଷାର୍ଥୀ ନୀଲ ​​ନକ୍ଷତ୍ର ଦାସ ଓ ତାଙ୍କ ପିତା ଡାକ୍ତର ଜ୍ୟୋତିର୍ମୟ ଦାସ ଗିରଫ। ଏ ଦୁଇ ଜଣଙ୍କ ବ୍ୟତୀତ ପ୍ରାଞ୍ଜଳ କଲିତା, ହେମେନ୍ଦ୍ର ନାଥ ଶର୍ମା, ହିରୁଲାଲ ପାଠକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ମାମଲାରେ ଏକ ବଡ ରାକେଟର ଭୂମିକା ଥିବା ପୋଲିସ ସନ୍ଦେହ କରୁଛି।

ଖବର ଅନୁଯାୟୀ ଅଭିଯୁକ୍ତମାନେ ୫ ସେପ୍ଟେମ୍ବର ୨୦୨୦ରେ ପରୀକ୍ଷା ଦେବାକୁ କେନ୍ଦ୍ରକୁ ଆସିଥିଲେ। ଆବଶ୍ୟକ ବାୟୋମେଟ୍ରିକ୍ ଔପଚାରିକତା ପୂରଣ କରିବା ପରେ ନକ୍ଷତ୍ର ପଳାଇଯାଇଥିଲେ। ତାଙ୍କ ବଦଳରେ ଅନ୍ୟ ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି ସମ୍ପୂର୍ଣ୍ଣ ଠକେଇରେ ପରୀକ୍ଷା କେନ୍ଦ୍ରର ନିରୀକ୍ଷକ ଜଡିତ ଥିଲେ। ଅଭିଯୁକ୍ତଙ୍କ କଲ୍ ରେକର୍ଡିଂ ଓ ହ୍ଵାଟ୍ସଆପର ଚାଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ପରୀକ୍ଷାରେ ଜାଲିଆତି କରି କିଭଳି ଟପ୍ପର ହୋଇପାରିବେ ସେ କୌଶଳ ବାବଦରେ କୁହାଯାଇଥିଲା। ଏହା ପରେ ଦିସପୁରର ମିତ୍ର ଦେବ ଶର୍ମା ପୋଲିସ ଷ୍ଟେସନରେ ଅଭିଯୋଗ କରିବାରୁ ତଦନ୍ତ ପରେ ନକ୍ଷତ୍ରଙ୍କ ସମ୍ପୃକ୍ତି ଜଣାପଡିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମତାମତ ଦିଅନ୍ତୁ ।