ଜେଇଇ ମେନରେ ଗୌତମ ଦାସ ଓଡିଶା ଟପ୍ପର

ନୂଆଦିଲ୍ଲୀ : ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ ପରୀକ୍ଷାର ଫଳାଫଳ ସୋମବାର ପ୍ରକାଶ ପାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) କର୍ମକର୍ତ୍ତାଙ୍କ ସୂଚନା ଅନୁଯାୟୀ ଏହି ପରୀକ୍ଷାରେ ୬ ଜଣ ପରୀକ୍ଷାର୍ଥୀ ୧୦୦ ସ୍କୋର କରିଛନ୍ତି। ସେମାନେ ହେଲେ ଦିଲ୍ଲୀର ପ୍ରଭାର କାଟାରିଆ ଓ ରଣଜୀମ ପ୍ରବଲ ଦାସ, ଚଣ୍ଡିଗଡ଼ରୁ ଗୁରୁମିତ ସିଂ, ରାଜସ୍ଥାନରୁ ସାକେତ ଝା, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜରାଟର ଅନନ୍ଥ କ୍ରିଷ୍ଣା କିଦାମ୍ବି। ଓଡିଶା ଏନ୍‌ଟିଏ ପକ୍ଷରୁ ଚଳିତ ବର୍ଷ ଫେବୃୟାରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ ପରୀକ୍ଷା କରାଯାଇଥିଲା। ଗୌତମ ଦାସ ଓଡିଶା ଟପ୍ପର ହୋଇଛନ୍ତି। ସେ ମୋଟ ୯୯.୯୯% ମାର୍କ ରଖିଛନ୍ତି। ୩୩୧ ସହରର ୮୦୦ କେନ୍ଦ୍ରରେ କରାଯାଇଥିଲା ଏହି ପରୀକ୍ଷା। ଚଳିତ ବର୍ଷ ମୋଟ ୬.୫୨ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜିକୃତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button