ଜେଲରେ ଗୋଷ୍ଠୀ ସଂଘର୍ଷ : ୮ ମୃତ

କଲମ୍ବୋ : ଜେଲରେ କଏଦୀ ଓ ଜେଲ୍ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଗୋଷ୍ଠୀ ସଂଘର୍ଷ। ଏଥିରେ ୮ଜଣ କଏଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ମହରା ଜେଲରେ ଏଭଳି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ କରୋନା ସଂକ୍ରମଣ ଏହି ସଂଘର୍ଷ କାରଣ। ଶ୍ରୀଲଙ୍କାର ଏହି ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହିଥିବା ଯୋଗୁ ଏହାର ବିରୋଧ କରଯାଇଥିଲା। ଅନ୍ୟ କିଛି ଜିଲ୍ଲାରେ ମଧ୍ୟ କଏଦୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ ସୋମବାର କଲମ୍ବୋର ମହରା ଜେଲରେ କଏଦୀଙ୍କ ଅସନ୍ତୋଷ ହିଂସାରେ ପରିଣତ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା। ଯେଉଁଥିରେ ୮ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ମହରା ଜେଲରେ ୧୭୫ଜଣ କଏଦୀ କରୋନା ଆକ୍ରାନ୍ତ ଥିବାରୁ ଅନ୍ୟ କଏଦୀମାନେ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବାକୁ ଦାବି କରିଥିଲେ। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ମତାମତ ଦିଅନ୍ତୁ ।