ଯେଉଁମାନେ ଚାହୁଁଛନ୍ତି ସେମାନେ କଂଗ୍ରେସ ଛାଡ଼ିପାରନ୍ତି : ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଯେଉଁମାନେ କଂଗ୍ରେସ ଛାଡ଼ିବାକୁ ଚାହୁଁଛନ୍ତି ସେମାନେ ଛାଡ଼ିପାରନ୍ତି। ଏହାଦ୍ୱାରା ଦଳକୁ ଯୁବ ନେତାଙ୍କ ଆଗମନର ବାଟ ଫିଟିବ। ଆଜି ଏହି ମତ ଦେଇଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲଗାନ୍ଧି। ବୁଧବାର କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇର ଏକ ସମ୍ମିଳନୀରେ ସେ ସଚ୍ଚିନ ପାଇଲଟଙ୍କ ନାଁ ନନେଇ ଏହା କହିଥିବାରୁ ତାଙ୍କ ବୟାନକୁ ରାଜସ୍ଥାନ ଘଟଣାକ୍ରମ ସହିତ ଯୋଡ଼ି ଦେଖାଯାଉଛି।

ଅନ୍ୟପକ୍ଷରେ ରାଜସ୍ଥାନ ସରକାରକୁ ଭାଙ୍ଗିବାକୁ ସଚ୍ଚିନ ଉଦ୍ୟମ କରୁଥିଲେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ସଚ୍ଚିନ ପାଇଲଟ ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରୁଥିଲେ। ଏଥିପାଇଁ ସେ ଘୋଡ଼ା ବେପାର ଚଳାଇଥିଲେ। ଏହାର ପ୍ରମାଣ ତାଙ୍କ ପାଖରେ ରହିଛି। ଏହି କାରଣରୁ ବିଧାୟକମାନଙ୍କୁ ଏକ ହୋଟେଲରେ ରଖିବାକୁ ପଡ଼ିଥିଲା।

  ମମତାଙ୍କ ହାତ ଛାଡିଲେ ରାଜୀବ ବାନାର୍ଜୀ, ଜଙ୍ଗଲ ମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

ବିଜେପି ଇସାରାରେ ପାଇଲଟ ସରକାର ଭାଙ୍ଗିବାକୁ ଚାହୁଁଥିଲେ ବୋଲି କଂଗ୍ରେସ କହୁଥିବା ବେଳେ ସଚିନ ଆଜି ସ୍ପଷ୍ଟ କରିଛନ୍ତି ବିଜେପିରେ ଯୋଗ ଦେଉନାହାନ୍ତି। ଆଉ କହିଛନ୍ତି ଯେଉଁ ଦଳକୁ ହରାଇବାକୁ ସେ ନିର୍ବାଚନ ଲଢିଥିଲେ ସେହି ଦଳରେ ସେ ଯୋଗ ଦେବେ ନାହିଁ।

1 Comment

  1. No one is coming to Congress as long as Gandhi Family is at the helm of the party. They’ve decimated the oldest and strongest political party of India for their family benefits.

ମତାମତ ଦିଅନ୍ତୁ ।