ଝାରସୁଗୁଡ଼ା : ସାପ୍ତାହିକ ହାଟ ୩ ସପ୍ତାହ ବନ୍ଦ

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଝାରସୁଗୁଡ଼ା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ୩ ସପ୍ତାହ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। କିନ୍ତୁ ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅନ୍ୟତ୍ର ବିକ୍ରି ବ୍ୟବସ୍ଥା ହେବ ବୋଲି ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଶୁକ୍ରବାର ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାରେ ୮୦୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୯୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୬୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସେହିପାରି ଆଜି ରାଜ୍ୟରେ ୪୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୨୭୨ କ୍ୱାରେଣ୍ଟାଇନ୍‌ ଓ ୧୮୯ ଲୋକାଲ କେସ୍‌ ରହିଛି। ନୂଆପଡ଼ା ଜିଲ୍ଲାରେ ସର୍ବାଧିକ ୮୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬୯, ସୁନ୍ଦରଗଡ଼ରୁ ୬୨, କଳାହାଣ୍ଡିରୁ ୩୬, ବରଗଡ଼ରୁ ୩୨ ଚିହ୍ନଟ ହୋଇଛନ୍ତି। ଝାରସୁଗାଡ଼ାରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button