Breaking Newsରାଜ୍ୟ

ଝାରସୁଗୁଡ଼ା : ଟ୍ରେନିଂ କଲେଜର ୧୧ ଛାତ୍ରୀ କରୋନା ପଜିଟିଭ

ଝାରସୁଗୁଡ଼ା : ଝାରସୁଗୁଡ଼ା ସହର ଵୃନ୍ଦାବନ କୋଲୋନୀସ୍ଥିତ ଜିଏନଏମ ଟ୍ରେନିଂ କଲେଜର ୧୧ ଛାତ୍ରୀଙ୍କୁ କରୋନା। ଗୋଟିଏ ଅଞ୍ଚଳରୁ ୧୧ ପଜିଟିଭ ଚିହ୍ନଟ ହେବାପରେ ସେହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି।

ଖବର ଅନୁଯାୟୀ ଗତ ୮ ତାରିଖରେ କଲେଜ ଖୋଲିବା ପରେ ଜିଏନଏମ ଟ୍ରେନିଂ କଲେଜ ଛାତ୍ରୀମାନଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ଯାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। କେବେଳ ବୃନ୍ଦାବନ କଲୋନୀରୁ ୫ ପଜିଟିଭ ପଜିଟିଭ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର୍ ଜୋନ୍ ଘୋଷଣା କରାଯାଇଛି। କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ତ୍ୱରାନ୍ୱିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ବୃନ୍ଦାବନ କଲୋନୀ ଲେନ୍-୨ ସମ୍ପୂର୍ଣ୍ଣ ଭାବେ କଣ୍ଟେନମେଣ୍ଟ, ବିୟୁଟି ପାର୍ଲର୍ ସାମ୍ନାରୁ ପିପି ମୋଟର୍ସ ଶେଷ ଓ ସେଠାରୁ ଲେନ୍-୧ ଶେଷ ଯାଏଁ ଅଞ୍ଚଳ ବଫର୍ ଜୋନ୍ ଘୋଷଣା ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button