ଜୀବନବିନ୍ଦୁ ରକ୍ତ ଦାନ ଶିବିର ଉଦଯାପିତ

ଭୁବନେଶ୍ଵର : ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ଜୀବନବିନ୍ଦୁ ରକ୍ତ ଦାନ ଶିବିରର ଆଜି ଉଦଯାପନ ହୋଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ନମ୍ୱର-୧୨ ୱାର୍ଡ଼ର ରେଲୱେ ସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଥିଲେ।

ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ ଭୁବନେଶ୍ଵର ବିଧାୟକ ଅନନ୍ତ ନାରାୟଣ ଜେନା, ସାଂସଦ ସୁଜିତ୍ କୁମାର, ଓ ଜୀବନ ବିନ୍ଦୁ ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଜୀବନ ବିନ୍ଦୁ ଏକାମ୍ର ସଂଯୋଜକ ଅଶ୍ଵିନୀ ସୁନ୍ଦରାୟ ଓ ଜୀବନ ବିନ୍ଦୁ ମଧ୍ୟ ସଂଯୋଜକ ନବ କିଶୋର ବେହେରା, ଭୁବନେଶ୍ୱର ବିଜେଡି ମହିଳା ସଭାପତି ନେତ୍ରୀ ଭାରତୀ ସିଂ, ଭୁବନେଶ୍ଵର ଉତ୍ତର ବିଜେଡି ସଭାପତି ସୂର୍ଯ୍ୟ କାନ୍ତି ଜେନା, ବିଜେଡି ନେତା ଅମରେଶ ଜେନା, ସମୀର ପ୍ରଧାନ, ସ୍ଥାନୀୟ କର୍ପୋରେଟର ସଞ୍ଜୟ ସେଠୀ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଉତ୍ତରର ସମସ୍ତ କର୍ପୋରେଟର, ଯୁବବିଜେଡି ନେତା ରାଜ କମାଲ ଜେନା, କିଶୋର ନାୟକ, ଲୋକେଶ କୁମାର, ବାଣୀ କଲ୍ୟାଣ ମହାନ୍ତି, ସୌମ୍ୟ ରଂଜନ ପ୍ରଧାନ, ଅକ୍ଷୟ ସ୍ବାଇଁ, ସମାଜସେବୀ ବଦ୍ରୀ ନାରାୟଣ ମିଶ୍ର, ସ୍ଥାନୀୟ ଯୁବବାହିନି ସଦସ୍ୟ, ସ୍କୁଲର ଶିକ୍ଷକ ଓ ବୁଦ୍ଧିଜିବୀ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତ ଦାନ ଶିବିରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା ବୋଲି ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ ଉତ୍ତର ସଂଯୋଜକ ଡଃ ତ୍ରିପାଠୀ ଜଣାଇଛନ୍ତି।

ମତାମତ ଦିଅନ୍ତୁ ।