ଜିଏସ୍‌ଟି ଫାଙ୍କି ପାଇଁ କୋଟିଏ ୧୧ ହଜାର ଫାଇନ୍

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରରୁଆଁଠାରେ ଥିବା ଗୁଟଖା କମ୍ପାନୀ ଉପରେ ହୋଇଛି ଏକ କୋଟି ୧୧ ହଜାର ଟଙ୍କାର ଫାଇନ୍। ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ସମେତ ଅନୁଗୁଳ, ଯାଜପୁର, ବାଲେଶ୍ୱର ,କଟକ ଜିଲ୍ଲାର ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଏକକାଳୀନ ଚଢ଼ାଉ କରିଥିଲେ।

ଖବର ଅନୁଯାୟୀ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅଫିସ୍‌ ଓ ଗୋଦାମ ଉପରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଗତ ଗୁରୁବାର ଓ ଶୁକ୍ରବାର ଚଢଉ କରିଥିଲା। ଶ୍ରୀ ଉଦ୍ୟୋଗ, ଜଗନ୍ନାଥ ଟ୍ରେଡର, ଓମ୍ ଇଣ୍ଡଷ୍ଟ୍ରି ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଗୁଟଖା, ଲୁହା ରଡ଼, ସିମେଣ୍ଟ ଓ ଇଟା ଆଦି କାରବାର ହେଉଥିବା ଜଣା ପଡ଼ିଥିଲା। ବ୍ୟବସାୟୀଜଣକ ନିଜ ସମ୍ପର୍କୀୟଙ୍କ ନାମରେ ଏସବୁ କାରବାର କରୁଥିଲେ ମଧ୍ୟ ଜିଏସ୍‌ଟି ଫାଙ୍କୁଥିଲେ ବୋଲି ଜଣାପଡ଼ିଛି।

ମତାମତ ଦିଅନ୍ତୁ ।