ଜିମ ଓ ଯୋଗ କେନ୍ଦ୍ର ପାଇଁ ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଅଗଷ୍ଟ ୧ତାରିଖରୁ କାର୍ଯ୍ୟକାରୀ ହୋଇଛି ଅନଲକ-୩। ଆସନ୍ତା ୫ ତାରିଖରୁ ଜିମ ଓ ଯୋଗକେନ୍ଦ୍ର ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ କରୋନା ନିୟମ ପାଳନ କରିବାକୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ।

ଗାଇଡଲାଇନର ବ୍ୟବସ୍ଥା ଅନୁଯାୟୀ ନନ୍‌-କଣ୍ଟେନମେଣ୍ଟ ଜୋନରେ ଜିମ ଓ ଯୋଗ କେନ୍ଦ୍ର ଅଗଷ୍ଟ ୫ରୁ ଖୋଲି ପାରିବ। କିନ୍ତୁ ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ଓ ୧୦ ବର୍ଷରୁ କମ ବୟସ୍କମାନଙ୍କୁ ଏଠାକୁ ଯିବାପାଇଁ ଅନୁମତି ମିଳିବନି। ଯେଉଁ ମାନଙ୍କ ଶରୀରରେ ଅମ୍ଳଜାନ ୯୫ ପ୍ରତିଶତରୁ କମ ରହୁଥିବ ସେମାନଙ୍କୁ ମଧ୍ୟ ପ୍ରବେଶ ମନା। ପ୍ରଥମ ଦଫାରେ ଲୋକେ ବ୍ୟାୟାମ କରି ଯିବା ପରେ ଅତିକମରେ ୧୫ ମିନିଟ୍‌ ପରେ ଦ୍ୱିତୀୟ ଦଫାଙ୍କୁ ପ୍ରବେଶ କରିବେ। ଏହି ସମୟରେ ସାନିଟାଇଜ କରାଯିବ। ଜିମ୍ ଓ ଯୋଗ କେନ୍ଦ୍ରରେ ଲୋକଙ୍କ ମଧ୍ୟରେ ଅତିକମରେ ୬ ଫୁଟ ଦୂରତା ରକ୍ଷା କରାଯିବ ସହିତ ଛେପ ପକାଇବାକୁ ବରଣ କରାଯାଇଛି।

  ବିପିଏଲ ଓ ବୟସ୍କ ନାଗରିକଙ୍କ ପାଇଁ ବିନା ମୂଲ୍ୟରେ କରୋନା ଟିକା ଉପଲବ୍ଧ କରାଯାଉ : ନିରଞ୍ଜନ

ସେହିପରି ଯୋଗାଭ୍ୟାସ ଓ ବ୍ୟାୟାମ ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି। ଯଦି କେହି ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି ତେବେ ସେମାନେ ଭିସୋର ପରିନ୍ଧାନ କରିପାରିବେ। ନିୟମିତ ହାତ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ। ଆହୁରି କୁହାଯାଇଛି ଆଉଟ ଡୋରରେ ବ୍ୟାୟାମ କରିବା ଭଲ। ଯଦି ସୁବିଧା ନଥିଲେ ଜିମ ମାଲିକମାନେ ଏହାର ବ୍ୟବସ୍ଥା କରିପାରିବେ। ପ୍ରତି ଇକ୍ୟୁପମେଣ୍ଟର ଦୂରତା ୬ ଫୁଟର ରହିବ। ଜିମ ଓ ଯୋଗକେନ୍ଦ୍ର ପରିସର, ଆସବାବାପତ୍ର ଓ ଅନ୍ୟାନ୍ୟ ଜିନିଷ ନିୟମିତ ସାନିଟାଇଜ କରାଯିବ। ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଥିବା ବେଳେ ଲକ୍ଷଣନଥିବା ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।