ଜିନ୍ଦଲ ଷ୍ଟେନଲେସ୍ ଯାଜପୁର କାରଖାନାରୁ ଅକ୍ସିଜେନ୍ ଯୋଗାଣ ଆରମ୍ଭ

0

ଭୁୁବନେଶ୍ୱର : କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଦେଶକୁ ସାହାଯ୍ୟ କରିବାକୁ ଜିନ୍ଦଲ ଷ୍ଟେନଲେସ୍ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ କମ୍ପାନୀର ଓଡ଼ିଶାରେ ଥିବା ଯାଜପୁର କାରଖାନାରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ (ଏଲ୍‌ଏମ୍‌ଓ) ଯୋଗାଣ ଆରମ୍ଭ କରାଯାଇଛି। ଓଡ଼ିଶା, ଆନ୍ଧପ୍ରଦେଶ ଓ ଅନ୍ୟ ରାଜ୍ୟ ଗୁଡ଼ିକରେ ଥିବା ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଲାଗି କଂପାନୀ ଦୈନିକ ଭିତ୍ତିରେ ୪୦ ଏମ୍‌ଟିରୁ ଅଧିକ ଏଲ୍‌ଏମ୍‌ଓ ଡେସ୍‌ପାଚ୍ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୨୮ ଏମ୍‌ଟି ଏଲ୍‌ଏମ୍‌ଓ ବିଭିନ୍ନ ମେଡିକାଲ୍ ପ୍ରତିଷ୍ଠାନକୁ ଦିଆଯାଇଛି।

ଜିନ୍ଦଲ ଷ୍ଟେନଲେସ୍‌ର ପରିଚାଳନା ନିର୍ଦେଶକ ଅଭ୍ୟୁଦୟ ଜିନ୍ଦଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆମେ ମିସନ ମୋଡ୍‌ରେ କାର୍ଯ୍ୟ କରୁଛୁ। ଉଭୟ ହିସାର ଓ ଯାଜପୁରରେ ଆମେ କାରଖାନା ଉପରେ ପଡ଼ୁଥିବା ପ୍ରଭାବକୁ ଅଣଦେଖା କରି ଅକ୍ସିଜେନ୍‌ର ନିରବଚ୍ଛିନ୍ନ ଯୋଗାଣ ଜରିଆରେ ସଂପୃକ୍ତ ସରକାରମାନଙ୍କୁ ସମସ୍ତ ପ୍ରକାର ସମ୍ଭବ ସହାୟତା ପ୍ରଦାନ କରୁଛୁ। ଆଜିର ଦିନରେ ସାଥୀ ଭାରତୀୟଙ୍କ ଜୀବନରକ୍ଷା କରିବା ହେଉଛି ସବୁଠୁ ବଡ଼ ପ୍ରାଥମିକତା।

୨୦୨୦ରେ ମହାମାରୀ ଆରମ୍ଭ ହେବା ପରଠାରୁ ଜିନ୍ଦଲ ଷ୍ଟେନଲେସ୍‌ ହିସାର କାରଖାନା ଆଖପାଖର ସମସ୍ତ ମେଡିକାଲ୍ ପ୍ରତିଷ୍ଟାନ ଗୁଡ଼ିକୁ ଦୈନିକ ୮ ଏମ୍‌ଟି ଏଲ୍‌ଏମ୍‌ଓ ନିରନ୍ତର ଭାବେ ଯୋଗାଉଛି। ବର୍ଷକ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହସ୍ପିଟାଲ୍ ଯଥା ହିସାରର ଜିନ୍ଦଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ହିସାରର ମହାରାଜା ଅଗ୍ରସେନ ମେଡିକାଲ୍ ଏଜୁକେସନ ଆଣ୍ଡ୍ ସାଇଟିଂଫିକ୍ କଲେଜ୍‌, ସିର୍‌ସାର ସରକାରୀ ହସ୍ପିଟାଲ୍‌, ଅମ୍ବାଲାର ମହର୍ଷି ମାର୍କଣ୍ଡେଶ୍ୱର ଟ୍ରଷ୍ଟ୍ ଓ ଗୁରୁଗ୍ରାମ, ଦିଲ୍ଲୀରେ ମେଦାନ୍ତା, ଫୋର୍ଟିସ୍ ଓ ସିଂଘାଣିଆ ହସ୍ପିଟାଲସ୍‌କୁ ପ୍ରାୟ ୨୧୭୦ ଟନ୍ ଏଲଏମ୍‌ଓ ଯୋଗାଇ ଦିଆଯାଇଛି। ଏହାଛଡା ସରକାରଙ୍କ ନିର୍ଦ୍ଦେଶାନୁସାରେ ଅକ୍ସିଜେନ୍ ଗ୍ୟାସ୍ ସିଲିଣ୍ଡରରେ ଭର୍ତ୍ତି କରିବା ଲାଗି ଅକ୍ସିଜେନ୍ ଯୋଗାଇ ଦିଆଯାଇଛି।

ହିିସାରରେ ଥିବା ୫୮୦ ଶଯ୍ୟା ବିଶିଷ୍ଠ ମଲଟି ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଜିନ୍ଦଲ ଇଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଜରିଆରେ ଜିନ୍ଦଲ ଷ୍ଟେନଲେସ୍ ଗତବର୍ଷ ଠାରୁ ସକ୍ରିୟ ଭାବେ ମହାମାରୀ ବିରୋଧରେ ଲଢ଼େଇ କରୁଛି। ରୋଗୀମାନଙ୍କୁ ସାହାଯ୍ୟ କରିବା ଲାଗି ସଙ୍ଗରୋଧ ୱାର୍ଡ, ସ୍କ୍ରିନିଂ ୟୁନିଟ୍‌, ଟେଲିଫୋନ୍ ପରାମର୍ଶ, ୧୫୦ ଆଇସିୟୁ ଶଯ୍ୟା, ୬୦ ଭେଂଟିଲେଟର ଓ ଅନ୍ୟାନ୍ୟ ବ୍ୟବସ୍ଥା ପୂର୍ଣ୍ଣ କ୍ଷମତା ଅନୁସାରେ କରାଯାଇଛି। ଗତକାଲି ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟରଙ୍କ ଉପସ୍ଥିତିରେ କଂପାନୀ ତରଫରୁ ପ୍ରତିବଦ୍ଧତା ପ୍ରଦର୍ଶନ କରାଯାଇଛି ଯେ ହିସାରରେ ଥିବା ଓପି ଜିନ୍ଦଲ ମଡର୍ଣ୍ଣ ସ୍କୁଲ୍‌କୁ ୧୫୦ ଆଇସିୟୁ ଶଯ୍ୟା ସମେତ ଏକ ୫୦୦ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ କୋଭିଡ୍ ହସ୍ପିଟାଲ୍‌ରେ ରୂପାନ୍ତରିତ କରାଯିବ।

Leave A Reply

Your email address will not be published.