ଜିଓର ୯୮ ଟଙ୍କିଆ ପ୍ଲାନ : ଦିନକୁ ୧.୫ ଜିବି ଡାଟା

ନୂଆଦିଲ୍ଲୀ : ମୋବାଇଲ କମ୍ପାନୀ ଜିଓ ଗ୍ରାହକଙ୍କ ପାଇଁ ପୁଣି ଆଣିଛି ୯୮ ଟଙ୍କିଆ ପ୍ଲାନ। ପୂର୍ବରୁ ଏହି ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ କଲ ସହ ୨ ଜିବି ଡାଟା ୨୮ ଦିନ ପାଇଁ ମିଳୁଥିଲା। ହେଲେ ଏଥର ଏହି ପ୍ଲାନରେ କୌଣସି ଅତିରିକ୍ତ ସୁବିଧା ମିଳିବ ନାହିଁ। ପୂର୍ବରୁ ଥିବା ୨୮ ଦିନର ବୈଧତାକୁ ୧୪ କରାଯାଇଛି। କିନ୍ତୁ ଏହି ନୂଆ ପ୍ଲାନ ଆସିବା ପରେ ଏବେ ଜିଓର କମ୍ବୋ ପ୍ଲାନ ୧୨୯ ପରିବର୍ତ୍ତେ ୯୮ରୁ ଆରମ୍ଭ ହେବ।

ଜିଓର ୯୮ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୧୪ ଦିନର ବୈଧତା ମିଳିବ। ଅନଲିମିଟେଡ କଲ ସହିତ ପ୍ରତିଦିନ ମିଳିବ ୧.୫ ଜିବି ଡାଟ। ୧୪ ଦିନରେ ଗ୍ରାହକ ପାଇବେ ପ୍ରାୟ ୨୧ ଜିବି ଡାଟା। ଗ୍ରାହକ ଏହି ପ୍ଲାନରେ ଜିଓ ଟିଭି, ଜିଓ ସିନେମା ଓ ଜିଓ ନ୍ୟୁଜ ଭଳି ଆପ୍ସର ମାଗଣାରେ ଲାଭ ଉଠାଇ ପାରିବେ। କିନ୍ତୁ ଏସଏମଏସ ଅଫର ମିଳିବନି। ନୂଆ ୯୮ ଟଙ୍କା ପ୍ଲାନକୁ ମାଇ ଜିଓ କିମ୍ବା ଜିଓ ୱେବସାଇଟ ସହ ବିଭିନ୍ନ ଥାର୍ଡ ପାର୍ଟି ରିଚାର୍ଜ ଆପ ମାଧ୍ୟମରେ ରିଚାର୍ଜ କରିପାରିବେ।

ନିକଟରେ ଜିଓ ଏହାର ଜିଓ ଫୋନ ୟୁଜରର୍ସଙ୍କ ପାଇଁ ୩୯ ଓ ୬୯ ଟଙ୍କାର ନୂଆ ପ୍ଲାନ ଲଞ୍ଚ କରିଥିଲା। ଦୁଇଟିଯାକ ପ୍ଲାନର ବୈଧତା ୧୪ ଦିନ ରହିଛି। ଏଥିରେ ଅନଲିମିଟେଡ କଲିଙ୍ଗ ସୁବିଧା ରହିଛି। ୩୯ ଟଙ୍କା ପ୍ଲାନରେ ପ୍ରତିଦିନ ୧୦୦ ଏମବି ଓ ୬୯ ଟଙ୍କା ପ୍ଲାନରେ ୦.୫ଜିବି ଡାଟା ଗ୍ରାହକଙ୍କୁ ଦିଆଯାଉଛି।

Leave a Reply

Your email address will not be published. Required fields are marked *

Back to top button