ଯୋଡ଼ା : ଡମ୍ପର ହେଲପରଙ୍କୁ ହତ୍ୟା

ଯୋଡ଼ା : କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ଅନ୍ତର୍ଗତ ଦବୁନା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି। ନାମ ବିପିନ ବାରିକ ନାମକ ଜଣେ ଡମ୍ପର ହେଲପରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ବଣେଇ ଅଂଚଳରେ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ଗତକାଲି ରାତ୍ରିରେ ବିପିନଙ୍କୁ କେହି ମୋବାଇଲରେ ଫୋନ୍ କରି ଡାକିଥିଲେ। ଆଜି ସକାଳେ ତାଙ୍କର ମୃତଦେହ ଗ୍ରାମର ଓଏମସି କ୍ୟାମ୍ପ ନିକଟରେ ପଡିଥିବା ଲୋକେ ଦେଖିଥିଲେ। ବିପିନଙ୍କ ମୁଣ୍ଡ ଓ ଦେହକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ବମେଵାରୀ ଥାନା ଆଇଆଇସି ଦାୟିତ୍ୱରେ ଥିବା ଯୋଡ଼ା ଥାନା ଆଇଆଇସି ରାଇସେନ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ମତାମତ ଦିଅନ୍ତୁ ।