ଯୋଡା ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଲୁଟ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡ଼ା ଟାଉନସିପ୍ ଜଗନ୍ନାଥ ମନ୍ଦିର ହୁଣ୍ଡି ତାଡ଼ି ଦୁର୍ବୃତ୍ତ ଦାନ ଅର୍ଥ ଲୁଟ କରିଛନ୍ତି। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଯୋଡ଼ା ଥାନାରେ ଅଭିଯୋଗ କରାଯାଇଛି।

ଖବର ଅନୁଯାୟୀ ଆଜି ମଙ୍ଗଳ ଆରତୀ ନୀତି କରିବାକୁ ପୂଜକ ମନ୍ଦିର ଖୋଲିବା ସମୟରେ ଲୁଟ ହୋଇଥିବା ଜଣାପଡିଥିଲା। ମନ୍ଦିରର ଗେଟ୍ ତାଲା ଭାଙ୍ଗି ଦୃବୃର୍ତ୍ତ ଭିତରେ ପଶି ଦାନ ହୁଣ୍ଡିରେ ଲାଗିଥିବା ତାଲାକୁ ତାଡ଼ି ଲୁଟ୍ କରିଛନ୍ତି। କୋଭିଡ୍ କଟକଣା ଯୋଗୁଁ ମନ୍ଦିରରେ ଭକ୍ତଙ୍କ ସମାଗମ ନଥିବା କାରଣରୁ ଦାନ ହୁଣ୍ଡିରୁ ପ୍ରାୟ ୧୦ ହଜାର ଟଙ୍କା ଲୁଟ୍ ହୋଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

ମତାମତ ଦିଅନ୍ତୁ ।