ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ !

କଟକ : ଯୋଡାମୁଣ୍ଡ ମୁଣ୍ଡ ଶିଶୁ କାଳିଆର ମୃତ୍ୟୁ ହୋଇଥିବା କୁହାଯାଉଛି। ଦିଲ୍ଲୀ ଏମ୍ସରେ ଅପରେସନ ପରଠାରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ପାରିନଥିବା କାଳିଆର କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁଙ୍କର ଦିଲ୍ଲୀ ସ୍ଥିତ ଏମ୍ସରେ ଅପରେସନ କରାଯାଇଥିଲା। ରାଜ୍ୟ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ। ଚିକିତ୍ସା ପରେ ଦିଲ୍ଲୀ ଏମ୍ସରେ ଉଭୟ ଶିଶୁ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିଲେ। ଜଗାର ସ୍ଵାସ୍ଥ୍ୟ ଭଲ ଥିବାବେଳେ କାଳିଆର ସ୍ଵାସ୍ଥ୍ୟରେ ଉତ୍ସାହଜନକ ଉନ୍ନତି ଘଟୁନଥିଲା। ପରେ ଦୁଇ ଶିଶୁଙ୍କୁ ଦିଲ୍ଲୀରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ସନ୍ଧ୍ୟାରେ କାଳିଆର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଜଗାର ସ୍ଵାସ୍ଥ୍ୟ ଠିକ୍ ରହିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।