ଯୌନ ଶୋଷଣର ଶିକାର ହୋଇଥିଲେ ସଲମାନଙ୍କ ଗାର୍ଲଫ୍ରେଣ୍ଡ

0

ମୁମ୍ବାଇ : ବଲିଡ ଅଭିନେତା ସଲମାନ ଖାନଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ତଥା ୯୦ ଦଶକର ହଟ୍ ଅଭିନେତ୍ରୀ ସୋମି ଅଲ୍ଲି ଏକ ବଡ ଖୁଳାସା କରିଛନ୍ତି। ଏକ ଟିଭି ସାକ୍ଷାତକାର୍‌ରେ ସେ କହିଛନ୍ତି ୩ଥର ଯୌନ ଶୋଷଣର ଶିକାର ହୋଇଛି।

ସେ କହିଛନ୍ତି ପାକିସ୍ତାନରେ ଯେତେବେଳେ ତାଙ୍କର ପ୍ରଥମଥର ଶୋଷଣ ହୋଇଥିଲା ତାଙ୍କୁ ମାତ୍ର ୫ ବର୍ଷ ବୟସର ହୋଇଥିଲା। ସର୍ଭେଣ୍ଟ କ୍ୱାର୍ଟରରେ ୩ ଥର ତାଙ୍କ ସହ ଏଭଳି ଘଟଣା ଘଟିଛି। ବାପା-ମାଆଙ୍କୁ ଏ କଥା ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣା କରାଯାଇଥିଲା। କିନ୍ତୁ କାହାକୁ ନ କହିବା ପାଇଁ କହିଥିଲେ। ତେବେ ଏତିକିରେ ଯନ୍ତ୍ରଣା କମି ନଥିଲା। ପୁଣି ଥରେ ତାଙ୍କ ସହ ଘଟିଥିଲା ଏଭଳି ଘଟଣା। ୯ ବର୍ଷ ଓ ୧୪ ବର୍ଷରେ ତାଙ୍କୁ ଶୋଷଣର ଶିକାର ହେବାକୁ ପଡିଥିଲା। ସୋମିଙ୍କର ସତ ବଖାଣିବା ସମସ୍ତଙ୍କୁ ଚକିତ କରିଥିବା ବେଳେ ପ୍ରଶଂସକମାନେ ଶୁଣି ଦୁଃଖିତ ହୋଇଛନ୍ତି।

ଗଣାମଧ୍ୟମ ରିପୋର୍ଟ ଅନୁଯାୟୀ ସୋମି ଓ ସଲମାନ ଖାନଙ୍କ ମଧ୍ୟରେ ୮ ବର୍ଷ ପ୍ରେମ ସମ୍ପର୍କ ଥିଲା । ଏପରିକି ଉଭୟଙ୍କର କଥା ବିବାହ ଯାଏଁ ପହଞ୍ଚିଥିବାରୁ ଦୁହେଁ ଚର୍ଚ୍ଚାରେ ରହୁଥିଲେ। କିନ୍ତୁ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ଏହି ଦୁଃଖରେ ସୋମି ଭାଙ୍ଗିପଡି ବଲିଉଡ ଠାରୁ ଦୂରେଇ ଯାଇଥିଲେ। ଏବେ ସୋମି ଲାଇମ୍‌ ଲାଇଟ୍‌ରୁ ଦୂରେଇ ରହି ଏକ ଏନ୍‌ଜିଓ ଚଳାଉଛନ୍ତି ଓ ଦୁଷ୍କର୍ମ ପୀଡିତାଙ୍କୁ ସହାୟତା କରୁଛନ୍ତି।

Leave A Reply

Your email address will not be published.