ଯୌନ ଉତ୍ପୀଡ଼ନ ଅଭିଯୋଗ : କଲେଜ ଅଧ୍ୟକ୍ଷ ଗିରଫ

କୋରାପୁଟ : ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ। ଏହି ମାମଲାରେ ସୁନାବେଡା ଯୁକ୍ତ-୨ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ମୋହନ ବେଦାନ୍ତଙ୍କୁ ପୋଲିସ ଗିରଫ କରିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଅଧ୍ୟକ୍ଷ ପବିତ୍ର ମୋହନ ବେଦାନ୍ତ ତାଙ୍କୁ ଗତ କିଛି ଦିନ ଧରି ଯୌନ ଉତ୍ପୀଡ଼ନ ଦେଇ ଆସୁଥିଲେ। ଏହା ଅସହ୍ୟ ହେବାରୁ ଗତକାଲି ସନ୍ଧ୍ୟାରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଆଜି ଅଧ୍ୟକ୍ଷଙ୍କୁ ଗିରଫ କରିଥିବା ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।