Breaking Newsଅପରାଧ

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ପଟ୍ଟାମୁଣ୍ଡାଇ : ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ବଧୂ କ୍ରିଷ୍ଣା ସେଠୀକୁ ମାରିଦେଲେ। ଏଭଳି ଅଭିଯୋଗ ଆଣିଛନ୍ତି କ୍ରିଷ୍ଣାଙ୍କ ବାପଘର ଲୋକେ। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଠର ବାଟିଆ ଗାଁରେ ଘଟିଥିବା ବେଳେ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଅଟକ ରଖିଛି।

ଖବର ଅନୁଯାୟୀ ଦୁଇବର୍ଷ ପୂର୍ବେ କ୍ରିଷ୍ଣା ସିଦ୍ଧାନ୍ତଙ୍କୁ ପ୍ରେମ ବିବାହ କରିଥିଲେ। ଗତକାଲି ସକାଳେ କ୍ରିଷ୍ଣାଙ୍କ ସହିତ ତାଙ୍କ ସ୍ୱାମୀ ସିଦ୍ଧାନ୍ତଙ୍କର କୌଣସି କଥାକୁ ନେଇ ପାଟି ତୁଣ୍ଡ ହୋଇଥିଲା। ସନ୍ଧ୍ୟାରେ କ୍ରିଷ୍ଣାଙ୍କ ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା। କିନ୍ତୁ କ୍ରିଷ୍ଣାଙ୍କ ବାପଘର ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯାଇଛି ଯୌତୁକ ପାଇଁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ତେଣୁ ସେମାନେ ତାଙ୍କୁ ମାରି ଟାଙ୍ଗି ଦେଇଛନ୍ତି।

ମତାମତ ଦିଅନ୍ତୁ ।

Back to top button