ଜୁଆ ଆଡ୍ଡା ଉପରେ ଚଢ଼ଉ

ପୁରୀ : କାକଟପୁର ଥାନା ଭଣ୍ଡସାହି ଗାଁ’ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରିଛି। ଏହି ସମୟରେ ଲୋକଙ୍କ ସହିତ ପୋଲିସର ଧସ୍ତାଧସ୍ତି ହେବା ଫଳରେ ଜଣେ ଏଏସଆଇ ଓ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି। ପୋଲିସ ୪ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ଆକ୍ରମଣ ଅଭିଯୋଗରେ ଜଣେ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।