ଜୁଆ ଆଡ୍ଡାରେ ଚଢ଼ଉ, ୮ ଅଟକ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଷାଣୀ ନୁଆଗାଆଁ ଥାନା ପୋଲିସ ଆଜି ଜୁଆ ଆଡ୍ଡା ଉପରେ ଚଢଉ କରି ୮ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ୩ ଲକ୍ଷ ୬୩ ହଜାର ୯ ଶହ ୨୦ ଟଙ୍କା ଜବତ କରାଯାଇଛି।

ଖବର ଅନୁଯାୟୀ ଶୁକ୍ରବାର ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନୁଆଗାଆଁ ପୋଲିସ ଶାସ୍ତ୍ରୀନଗର ଆପାର୍ଟମେଣ୍ଟ ସୁଶ୍ରୀ ହୋମ ଫ୍ଲାଟ୍ ୩୦୭ ନମ୍ବରରେ ଚଢ଼ଉ କରିଥିଲା। ଜୁଆ ଖେଳୁଥିବା ୮ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରେ ଜି ଉଦୟଗିରି ଓ ଭଞ୍ଜନଗରର ୨ଜଣ ଲେଖାଏଁ ରହିଥିବା ବେଳେ ବ୍ରହ୍ମପୁର ବଡ ଦଳୁଆ ସାହି, କାଳୁପାତ୍ର ସାହି ଓ ପ୍ରେମ ନଗର ୭ ଲାଇନର ଜଣେ ଲେଖାଏ ରହିଥିବା ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତ ରାୟ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button