ଜୁଆ ଆଡ୍ଡାରୁ ୧୦ ଗିରଫ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଆଡ଼ପଡ଼ା ଗ୍ରାମ ଶ୍ମଶାନ ମଣ୍ଡପରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ କରି ୧୦ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୪ ହଜାର ୪ଶହ ଟଙ୍କା ସମେତ ୮ଟି ମୋବାଇଲ ଫୋନ ଓ ୨ଟି ମୋଟର ସାଇକେଲ ଜବତ କରାଯାଇଛି। ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ ହୋଇଛି। ଗୁରୁବାର ଗିରଫ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

ମତାମତ ଦିଅନ୍ତୁ ।