ଜୁଆ ଆଡ୍ଡାରୁ ୨୧ ଗିରଫ

ଆସିକା : ଗଂଜାମର ଆସିକା ଥାନା ଅଞ୍ଚଳର କୋଟିବାଡି, ଖଣ୍ଡାଦେଉଳି ଓ ଦେବଭୂମି ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରିଛି। ଏହି ଘଟଣାରେ ୨୧ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୬୭ ହଜାର ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ ଖଣ୍ଡଦେଉଳିରୁ ସୀମାଞ୍ଚଳ ସ୍ୱାଇଁ, ସିଦ୍ଧାନ୍ତ ସ୍ୱାଇଁ, କୃଷ୍ଣ ବିଶ୍ୱାଳ, ଭାସ୍କର ସ୍ୱାଇଁ, ଦିଲୀପ ବିଶ୍ୱାଳ, ସମୀର ସ୍ୱାଇଁ, ରିଙ୍କୁ ସ୍ୱାଇଁ, ରୋହିତ ଡାକୁଆ, ଅରୁଣ ଦଳାଇ ଗିରଫ ହୋଇଛନ୍ତି। ସେହିପରି ଦେବଭୂମୀ ଗ୍ରାମରୁ ବାବୁଲା ନାହାକ, ବିକ୍ରମ ସାହୁ, କାଳୁ ପ୍ରଧାନ, ପିଣ୍ଟୁ ବେହେରା, କୁନା ଖୁଣ୍ଟିଆଙ୍କ ସମେତ କୋଟିବାଡି ଗ୍ରାମରୁ ମନୋଜ ଗୌଡ଼, ବାୟା ଗୌଡ଼, ଅଶୋକ ଗୌଡ଼ ଚିନ୍ତାମଣି ଗୌଡ଼, ଏ ରାମା ରାଓ, ଏ ରବୀନ୍ଦ୍ର ଓ ଆକୁଳ ସାହୁକୁ ପୋଲିସ ଗିରଫ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।