ଯୁବ କଂଗ୍ରେସର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତି ଘୋଷଣା

ଭୁବନେଶ୍ୱର : ଅଖିଳ ଭାରତୀୟ ଯୁବ କଂଗ୍ରେସର ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଘୋଷଣା କରିଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଞ୍ଜନ ଲେଙ୍କା।

ରାଜ୍ୟ ଯୁବ କଂଗ୍ରେସର ଉପସଭାପତି ଭାବେ ଅଭିଳାଷ ମାଣିଆ, ମହମ୍ମଦ ଅଲିମ୍‌, ବିମଳ ବେହେରା, କିରଣ ସାହୁ, ବିରେନ୍ଦ୍ର ବାଗ, ଅଙ୍କିତ ସଂଘାଇ, ରାଜୀବ ପଟ୍ଟନାୟକ ଓ ସୁନୀତା ବାଗ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ୧୫ ଜଣ ସାଧାରଣ ସଂପାଦକ, ୨୭ ଜଣ ସଂପାଦକ, ୧୬ ଜଣ ଯୁଗ୍ମ ସଂପାଦକଙ୍କ ନାମ ତାଲିକା ଘୋଷଣା କରାଯାଇଛି। ରାଜ୍ୟ ଯୁବ କଂଗ୍ରେସର ପଦାଧିକାରୀଙ୍କ ସହିତ ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ପ୍ଲାବନ ବହିଦାର, ଗଜପତି-ସୂର୍ଯ୍ୟନାରାୟଣ ପାତ୍ର, ସୁନ୍ଦରଗଡ-ଆଲବର୍ଟ କିଣ୍ଡୋ, ଗଞ୍ଜାମ (ଆସ୍କା ଲୋକସଭା)-ଚିନ୍ମୟ ହୋତା, ଗଞ୍ଜାମ (ବ୍ରହ୍ମପୁର ଜୋନ୍‌) ବିଜୟରାଜ ପାଣିଗ୍ରାହୀ ଓ ନବରଙ୍ଗପୁର-ଅଖିଳ ଭତ୍ରାଙ୍କୁ ନିଯୁକ୍ତି ଦିଆଯାଇଛି।

  ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ମମତା

ସେହିପରି ନୟାଗଡ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ମିର୍ ଅବଦୁର ସିଦ୍ଦିକୀ ଓ ପ୍ରତୀକ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ନୂତନ ନିଯୁକ୍ତିପ୍ରାପ୍ତ ପଦାଧିକାରୀମାନଙ୍କୁ ସଭାପତି ଡଃ ଲେଙ୍କା ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବା ସହିତ ଯୁବକ ଯୁବତୀମାନଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଲଢ଼େଇ ଜାରି ରହିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି।

ମତାମତ ଦିଅନ୍ତୁ ।