ଯୁବକଙ୍କୁ ମାଡମାରି ହତ୍ୟା ଅଭିଯୋଗ : ବିଟ୍ ହାଉସ୍‌ରେ ସାମ୍ନାରେ ବିକ୍ଷୋଭ

ଉଦଳା : ଜଙ୍ଗଲକୁ ଶାଳପତ୍ର ତୋଳିବାକୁ ଯାଇଥିବା ଜଣେ ଯୁବକଙ୍କୁ ବନ କର୍ମଚାରୀ ମାଡ ମାରି ହତ୍ୟା କରିଥିବା ଅଭିଯୋଗ। ମୃତଦେହକୁ ବିଟ୍ କାର୍ଯ୍ୟାଳୟ ସମ୍ମୁଖରେ ରଖି ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଖବର ଅନୁଯାୟୀ କପ୍ତିପଦା ଥାନା ନଛିପୁର ଗ୍ରାମର ଗଜେନ୍ଦ୍ର ନାୟକ ଗତ ୯ ତାରିଖ ଦିନ ଦୁଇ ଜଣ ସାଙ୍ଗଙ୍କ ସହିତ ଶିମିଳିପାଳ ଅଭୟାରଣ୍ୟକୁ ଶାଳପତ୍ର ତୋଳିବାକୁ ଯାଇଥିଲେ। କିନ୍ତୁ ସେ ଘରକୁ ନଫେରିବାରୁ ପରିବାର ଲୋକେ ତିନି ଦିନ ଧରି ଖୋଜାଖୋଜି କରିଥିଲେ। ପରେ ବନ ବିଭାଗ ଖବର ଦେଇଥିଲେ ଗଜେନ୍ଦ୍ର ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ପରିବାର ଲୋକେ ବାରିପଦାରେ ପହଁଁଞ୍ଚି ଦେଖିଲେ ଗଜେନ୍ଦ୍ରର ସ୍ଵାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।

କଟକରୁ ମୃତଦେହ ଆଣି ପରିବାର ଓ ଗ୍ରାମବାସୀ ପୋଡାଡିହା ବିଟ୍ ହାଉସ୍ କାର୍ଯ୍ୟାଳୟ ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗଜେନ୍ଦ୍ର ଜଙ୍ଗଲରେ ପ୍ରବେଶ କରିଥିବାରୁ ତାଙ୍କୁ ବନବିଭାଗ କର୍ମଚାରୀ ନିସ୍ତୁକ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଜୀଭ କାଟି ଦେଇଥିବା ମଧ୍ୟ କହିଛନ୍ତି।
ଗଜେନ୍ଦ୍ରଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଅଡି ବସିଥିବାରୁ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛି। କିନ୍ତୁ ଲୋକେ ବୁଝିବାକୁ ପ୍ରସ୍ତୁତ ନଥିବାରୁ କୌଣସି ସୁଫଳ ବାହାରି ପାରିନଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।