ଯୁବକଙ୍କୁ ଗଳା କାଟି ହତ୍ୟା

ଯାଜପୁର : ଯାଜପୁର ଭେଲଙ୍ଗ ଗ୍ରାମରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଟାଉନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ ଗତକାଲି ରାତିରେ ମଧୁସୁଦନ ମଲିକଙ୍କ ପୁଅ ଟୁଟନ ମଲିକ ପେଟ୍ରୋଲ ଆଣିବା ପାଇଁ ଟାଙ୍କିକୁ ସାଇକଲେରେ ଯାଇଥିଲେ। କିନ୍ତୁ ସେଠାରେ ଟୁଟନା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖବର ଦେବା ସହିତ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଟୁକୁନାର ମୃତ୍ୟୁ ଘଟିଥିଲା। ସେ ବାପମାଙ୍କର ଗୋଟିଏ ପୁଅ। ମାଛ ବେପାର କରି ପରିବାର ଚଳାନ୍ତି। ତେବେ କିଏ ଓ କାହିଁକି ଏପରି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ। ବ୍ୟବସାୟକୁ ନେଇ ଏପରି ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

ମତାମତ ଦିଅନ୍ତୁ ।