ଯୁବକର ମୁଣ୍ଡ କାଟିଦେଲେ ଅପରାଧୀ

ତାମିଲନାଡୁ : ଉତାଗୁଡ଼ିର ସେଣ୍ଟ୍‌ ମେରିଜ୍‌ ଚର୍ଚ ଜଙ୍କ୍‌ସନ୍‌ରେ ସୋଲାଇଆପ୍ପାନ ନଗରର ବି. ମୁରୁଗାନାଥମଙ୍କୁ ଅଜ୍ଞାତ ଅପରାଧୀମାନେ ହତ୍ୟା କରିଛନ୍ତି। ବର୍ତ୍ତିଯାଇଥିବା ତାଙ୍କ ବନ୍ଧୁ ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ପୋଲିସ କହିଛି ରବିବାର ସନ୍ଧ୍ୟାରେ ମୁରୁଗାନାଥମ୍‌ ଓ ବନ୍ଧୁ ମୁନିଆସାମୀ ଗୀର୍ଜା ନିକଟରେ ଚାଲି ଚାଲି ଯାଉଥିବା ବେଳେ କାର୍‌ରେ ଆସିଥିବା ଅପରାଧୀମାନେ ଦୁହିଁଙ୍କୁ ଅଟକାଇଥିଲେ। ସେମାନଙ୍କୁ ଦେଖି ଦୁଇଜଣ ପଳାଇବାକୁ ଉଦ୍ୟମ କରିଥିଲେ ହେଁ ଅପରାଧୀମାନେ ମୁରୁଗାନାଥମ୍‌ଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେ ମରିଯିବା ପରେ ମୁଣ୍ଡ କାଟି ଗୀର୍ଜା ସମ୍ମୁଖରେ ରଖି‌ଦେଲେ। ତେବେ ହତ୍ୟାକାଣ୍ଡର କାରଣ ଜଣାପଡି ନଥିବା ବେଳେ ପୋଲିସ ଅପରାଧୀମାନଙ୍କର କୌଣସି ସନ୍ଧାନ ପାଇନାହିଁ।

ମତାମତ ଦିଅନ୍ତୁ ।