ଯୁବତୀ ଅରାଜି ହେବାରୁ ନିଜକୁ ବାହା ହେଲେ ଯୁବକ

ବ୍ରାସିଲିଆ : ବିଚିତ୍ର ଘଟଣା। ନିଜକୁ ବାହାହେଲେ ଯୁବକ। ଏହାର କାରଣ ହେଲା ନିର୍ବନ୍ଧ ସରିଥିଲା। କିନ୍ତୁ ଯୁବତୀ ଜଣକ ବାହା ହେବାକୁ ମନା କରିଦେଲେ। ଏଭଳି ପରିସ୍ଥିତିରେ ଯୁବକ ଜଣଙ୍କ ନିଜକୁ ନିଜେ ବାହା ହୋଇଛନ୍ତି। ବ୍ରାଜିଲରେ ଘଟିଥିବା ଏହି ଘଟଣା ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି।

ଖବର ହେଲା ଡାକ୍ତର ଡିଓଗୋ ରାବେଲୋ ଓ ଭିତୋର ବ୍ୟୁନୋଙ୍କର ଗତବର୍ଷ ନଭେମ୍ବର ମାସରେ ନିର୍ବନ୍ଧ ହୋଇଥିଲା। କିନ୍ତୁ ଜୁଲାଇ ମାସରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଟ ହେବାରୁ ଭିତୋର ବିବାହ କରିବେନି ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ବାହାଘର ପାଇଁ ଆୟୋଜନ ସହିତ ନିମନ୍ତ୍ରଣ ପତ୍ର ବାଣ୍ଟି ସରିଥିଲା। ଭିତୋର ବାହା ହେବାକୁ ଅରାଜି ହେବାରୁ ଡାକ୍ତର ଡିଓଗୋ ହତାଶ ନ ହୋଇ ଯୋଜନା ଅନୁସାରେ ବାହାଘର ପାର୍ଟି ଆୟୋଜନ କରିଥିଲେ ଓ ନିଜକୁ ନିଜେ ବିବାହ କରିଥିଲେ।

ମତାମତ ଦିଅନ୍ତୁ ।