ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍ ଖାନ୍

ମୁମ୍ବାଇ : କଥାଟି ପୁରୁଣା। ପ୍ରାୟ ୨୮ବର୍ଷ ତଳର। ସଲମାନ ସ୍ଵୀକାର କରିଥିଲେ ବଲିଉଡ ଅଭିନେତ୍ରୀ ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ବାପା ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ଏକ ସାକ୍ଷାତକାରରେ ସଲମାନ ଏହାର ଖୁଲାସ କରିବା ସହିତ ସେ (ଜୁହି) ବହୁତ ସ୍ଵିଟ୍ ବୋଲି କହିଥିଲେ। ସେହିପରି ପିଲାଦିନେ ବଦମାସି କଲେ ତାଙ୍କୁ କେବେ ମାଡ଼ ହୋଇନଥିବା ପ୍ରକାଶ କରିଥଲେ। ଯେଉଁ ଭିଡିଓଟି ଭାଇରାଲ୍ ହୋଇଥିଲା।

ସମୟ ଗଡି ଚାଲିଛି। ଇତିମଧ୍ୟରେ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ୫୩ ବର୍ଷର ହୋଇସାରିଥିବା ବେଳେ ସଲମାନ ଖାନ୍ ୫୫ବର୍ଷ। କିନ୍ତୁ ଏବେ ସୁଦ୍ଧା ଅବିବାହିତ। ଜୁହି ଜଣେ ବିବାହିତ ବ୍ୟକ୍ତିଙ୍କୁ ବାହା ହୋଇଛନ୍ତି। ତାଙ୍କ ସ୍ଵାମୀଙ୍କ ନାଁ ଜୟ ମେହତା। ଜୟଙ୍କ ପ୍ରଥମ ସ୍ତ୍ରୀ ସୁଜାତା ବିର୍ଲାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ପରେ ଜୁହି ଓ ଜୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ସେମାନେ ବିବାହ କରିଥିଲେ। ଜୁହିଙ୍କ ଠାରୁ ତାଙ୍କ ସ୍ଵାମୀ ୭ବର୍ଷ ବଡ଼। ଉଭୟଙ୍କ ଗୋଟିଏ ପୁଅ ଗୋଟିଏ ଝିଅ ଅଛନ୍ତି। ଜୟ ମେହତା ମଲଟିନ୍ୟାସନାଲ୍ କମ୍ପାନୀ ମେହତା ଗୃପର ମାଲିକ। ତାଙ୍କର ୨ଟି ସିମେଣ୍ଟ କମ୍ପାନୀ ରହିଛି। ଶାହରୁଖ ଖାନଙ୍କ ସହ ଆଇପିଏଲ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ସେ କୋ-ଓନର।

ମତାମତ ଦିଅନ୍ତୁ ।