ଯୁକ୍ତ-୨ ଅପ୍ସନାଲ୍ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ଯୁକ୍ତ-୨ ଅପ୍‌ସନାଲ ପରୀକ୍ଷା ଅନୁଷ୍ଠିତ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କରୋନା ପାଇଁ ମାର୍ଚ୍ଚ ୨୩ରୁ ୨୮ ଯାଏଁ ହୋଇପାରିନଥିବା ପରୀକ୍ଷା କରାଯିବ। ନଭେମ୍ବର ୫ ତାରିଖରେ ଅର୍ଥନୀତି, ଜୀବ ବିଜ୍ଞାନ, ୬ ତାରିଖରେ ପରିସଂଖ୍ୟାନ, ନୃତତ୍ତ୍ୱ, ସମାଜ ବିଜ୍ଞାନ ଓ ୭ ତାରିଖରେ ତର୍କଶାସ୍ତ୍ର, ଭୂଗୋଳ ପରୀକ୍ଷା ହେବ। ତେବେ କୋଭିଡ୍‌ ଗାଇଡ଼ଲାଇନ ମାନି ପରୀକ୍ଷା ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ମତାମତ ଦିଅନ୍ତୁ ।