ଯୁକ୍ତ-୨ ଧନ୍ଦାମୂଳକ ଶିକ୍ଷାରେ ଟପ୍ପର ମୈତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ତେଜେଶ୍ୱର ପରିଡା

କେନ୍ଦ୍ରପଡା : ଯୁକ୍ତ ଦୁଇ ଧନ୍ଦାମୂଳକ (ଭୋକେସନାଲ) ପରୀକ୍ଷାରେ ସମଗ୍ର ରାଜ୍ୟରେ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଛନ୍ତି କେନ୍ଦ୍ରାପଡା ଜୁନିଅର ଭୋକେସନାଲ କଲେଜ ଛାତ୍ରୀ ନିକିରାଇ ମଠସାହି ଗ୍ରାମର ମୈତ୍ରୀ ରାଉତ।

ମୈତ୍ରୀଙ୍କର ଏହି ସଫଳତା ପାଇଁ ତାଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି ଯୁବନେତା ତେଜେଶ୍ୱର ପରିଡା। ମୈତ୍ରୀଙ୍କ ଉଚ୍ଚଶିକ୍ଷା ସମ୍ପର୍କରେ ତାଙ୍କ ପିତା-ମାତା ଓ ଜେଜେମାଙ୍କ ସହ ଆଲୋଚନା ସେ କରିଥିଲେ। ଏହି ଅବସରରେ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ କୋଣାର୍କ ଚକ୍ରର ପ୍ରତିଛବି, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଶାନ୍ତନୁ କୁମାର ରଥ ଓ ଡକ୍ଟର ଗୌରହରି ଦାସଙ୍କର ଦୁଇଟି ପୁସ୍ତକ “ଅନୁଚିନ୍ତା” ଓ ” ବିଦେଶ ଓ ଅନ୍ୟାନ୍ୟ ଗଳ୍ପ” ମୈତ୍ରୀକୁ ଉପହାର ଦେଇଥିଲିl ଆଗାମୀ ଦିନରେ ଭଲ ମଣିଷ ହୋଇ ଦେଶ, ରାଜ୍ୟ ତଥା କେନ୍ଦ୍ରାପଡା ଜିଲ୍ଲାର ସେବା କରିବା ପାଇଁ ପରାମର୍ଶ ଦେବା ସହିତ ଜିଲ୍ଲାର ମଉଡମଣି ମୈତ୍ରୀଙ୍କୁ ପ୍ରଭୁ ବଳଦେବଜୀଉ ଆର୍ଶୀବାଦ କରନ୍ତୁ ବୋଲି ଶ୍ରୀ ପରିଡା ପାର୍ଥନା କରିଥିଲେl

ମତାମତ ଦିଅନ୍ତୁ ।