ଯୁକ୍ତ-୩ରେ ନାମ ଲେଖା ପାଇଁ ଦ୍ଵିତୀୟ ପର୍ଯ୍ୟାୟ କଟ୍‌ ଅଫ ମାର୍କ

ଭୁବନେଶ୍ୱର : ଯୁକ୍ତ-୩ କଲେଜରେ ନାମଲେଖା ପାଇଁ ଆଜି ଦ୍ଵିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ (ମେଧା ତାଲିକା) ତଥା କଟ୍‌ ଅଫ ମାର୍କ ପ୍ରକାଶ ପାଇଛି। ୨୨ ହଜାର ୦୧୬ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ଲାଗି ଚୟନ କରାଯାଇଛି। କଳା ବିଭାଗରେ ସର୍ବାଧିକ ୧୨ ହଜାର ୦୬୯, ପଦାର୍ଥ ବିଜ୍ଞାନରେ ୪ ହଜାର ୧୧୯, ବାଣିଜ୍ୟରେ ୧୭୮୧, ସଂସ୍କୃତରେ ୧୮୪ ଓ ଜୀବବିଜ୍ଞାନରେ ୩୪୬୫ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରେ ରହିଛନ୍ତି ୧୦ ହଜାର ୫୩୨ ଜଣ ଛାତ୍ର ଓ ୧୧ ହଜାର ୪୮୪ ଛାତ୍ରୀ।

ଦ୍ଵିତୀୟ ପର୍ଯ୍ୟାୟରେ କଳା ବିଭାଗରେ ସାଧାରଣ ବର୍ଗର କଟ୍‌ ଅଫ୍‌ ମାର୍କ ତାଲିକାରେ ବିଜେବି କଲେଜ ଆଗରେ ରହିଛି। ଏଠାରେ କଟ୍‌ ଅଫ୍‌ ମାର୍କ ୮୯ ପ୍ରତିଶତ ଥିବାବେଳେ ବଲାଙ୍ଗୀର ରାଜେନ୍ଦ୍ର କଲେଜ କଟ୍‌ ଅଫ୍‌ ମାର୍କ ୭୮ ପ୍ରତିଶତ, ପୁରୀ ଏସ୍‌ସିଏସ୍‌ କଲେଜ ୭୩ ପ୍ରତିଶତ, ଶୈଳବାଳା ମହିଳା ମହାବିଦ୍ୟାଳୟର ୬୧ ପ୍ରତିଶତ ରହିଛି।

ମତାମତ ଦିଅନ୍ତୁ ।