ଯୁକ୍ତ-୩ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଡିଗ୍ରି ମହାବିଦ୍ୟାଳୟର ଯୁକ୍ତ-୩ରେ ନାମ ଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଛି। ଭୁବନେଶ୍ୱର ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ ଅଧିକାଂଶ ବିଭାଗରେ ଆଗରେ ରହିଛି।

ସୂଚନା ଅନୁଯାୟୀ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ୯୫ ପ୍ରତିଶତ ଥିବାବେଳେ, ରସାୟନ ବିଜ୍ଞାନ ୯୪.୬ ପ୍ରତିଶତ, ପ୍ରାଣୀବିଜ୍ଞାନ ୯୫.୫ ପ୍ରତିଶତ, ଉଦ୍ଭିଦ ବିଜ୍ଞାନ ୯୩.୪ ପ୍ରତିଶତ ଓ ଗଣିତରେ ୯୫.୨ ପ୍ରତିଶତ ରହିଛି। ଏହାଛଡା ବାଣିଜ୍ୟରେ ଏହି ମହାବିଦ୍ୟାଳୟର କଟଅଫ୍ ମାର୍କ ରହିଛି ୮୮.୬୭ ପ୍ରତିଶତ। ସେହିପରି କଳାରେ ମଧ୍ୟ ଆଗରେ ରହିଛି। ଭୂଗୋଳରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ୯୨ ପ୍ରତିଶତ ଥିବାବେଳେ, ଅର୍ଥନୀତି ୯୦.୫, ଇଂରାଜି ୮୯.୨, ସୋସିଓଲୋଜି ୮୪.୧୭, ଆନ୍ଥ୍ରୋପୋଲୋଜି ୮୬.୩ ଓ ସାଇକୋଲୋଜିରେ ୮୪.୧୭ ପ୍ରତିଶତ ରହିଛି।

ମତାମତ ଦିଅନ୍ତୁ ।